ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ନୂଆପଡା, ୧୬/୮(ସକାଳଖବର): ନୂଆପଡା ଜିଲା ଖଡିଆଳ ସାହିତ୍ୟ ସମିତି ତରଫରୁ ଖଡିଆଳ ରାଜ ଦରବାର ହଳ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଶିକ୍ଷାବିତ ବଳଭଦ୍ର ମହାଉତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ଡଃ ମିହିର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବରେ କବି ନୀଳ ଲୋହିତ ସିଂହ ଦେଓ, ସମ୍ମାନୀତ ଅତିଥି ଭାବରେ ଖଡିଆଳ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମୁଣ୍ଡ, ଗବେଷକ ଡ. ଜିତାମିତ୍ର ପ୍ରସାଦ ସିଂ ଦେଓ ପ୍ରମୁଖ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ଆଦର୍ଶ ଭାବରେ ପରିପୂର୍ଣ୍ଣ ଓ ସାମାଜିକ ଚେତନାର ବାର୍ତ୍ତା ପରିପ୍ରକାଶ କରିଥାଏ ବୋଲି କହିଥିଲେ । ସାହିତ୍ୟ ସମିତିର ପରିଚାଳନା ସମ୍ପାଦକ ତଥା କବି ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ କରିଥିଲେ । ବିଶିଷ୍ଟ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ, ସାଇନୀ ପାଣିଗ୍ରାହୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତା ଭାଗ ନେଇ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ପୁରସ୍କାର ବିତରଣ ସଭାକୁ ସାହିତ୍ୟ ସମିତିର ସମ୍ପାଦକ ଇରଫାନ ମହମ୍ମଦ ଓ ଯୁଗ୍ମ ସଂପାଦକ ଆଦିତ୍ୟ ନାରାୟଣ ପଣ୍ଡା ପରିଚାଳନା କରିଥିଲେ । ସାହିତ୍ୟ ସମିତିର ସମ୍ପାଦକ ଇରଫାନ ମହମ୍ମଦ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ କୁନାଲ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଯୁବରାଜ ଦେବ ଦେବ ପ୍ରସାଦ ସିଂଦେଓ, ଖରତ ଚନ୍ଦ୍ର ବାରିକ, ଆକାଶ କୁମାର ସାହୁ, ତରୁଣ ପ୍ରଧାନ, ଚନ୍ଦ୍ରଶେଖର ଚନ୍ଦ୍ରକାର, ନୁର ମହମ୍ମଦ, ଶଶୀକାନ୍ତ ଖମାରୀ, ଶିରୀଶଙ୍କର ବାରିକ, ଲାଇବନ ବାଗ, ଆଲୋକ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।