ବିନୋଦ କୁମାରଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି

Aug 3, 2018 - 15:15
 158
ବିନୋଦ କୁମାରଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି
କଟକ,୩ା୮(ସକାଳଖବର): ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଆଇଏଏସ ବିନୋଦ କୁମାରଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କ ଆତ୍ମ ସମର୍ପଣ ପ୍ରସଙ୍ଗ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷାକୁ ସଂପ୍ରସାରିତ କରିଛନ୍ତି । ସେ ପର୍ଯ୍ୟନ୍ତ ୪ ଅଭିଯୁକ୍ତ ବିନୋଦ କୁମାର, ପ୍ରଦୀପ କୁମାର ରାଉତ, ଚତ୍ତରଞ୍ଜନ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଦାସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହି ବୋଲି କୋର୍ଟ ଆଦେଶ ଦେଇଛନ୍ତି । ସେହିପରି ଏନବିଡବ୍ଲୁ୍ୟ ପ୍ରତ୍ୟାହାର ପିଟିସନ ଉପରେ ଆସନ୍ତା ୭ ତାରିଖରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।