ବିଜେପି ପାଇଁ ପ୍ରଚାର କରିବେ ଦିଲୀପ ରାୟ

Apr 15, 2019 - 04:28
 139
ରାଉରକେଲା,୧୩/୪(ସକାଳଖବର): ଦିଲୀପ ରାୟ ଙ୍କର ଦୁଇଟି ଦାବୀ ପୁରଣ ହୋଇଛି । ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ମାମଲା ରେ ପ୍ରଧାନ ମନ୍ତ୍ରୀ ଅର୍ଥ ବରାଦ କରିବା ଓ କାମ ଆଗେଇବା ତାର ପ୍ରମାଣ । ତେଣୁ ସେ ଆମ ସହ ଥିଲେ ଏବେ ବିଅଛନ୍ତି । ଦରକାର ପଡିଲେ ଆମ ଲାଗି ନିର୍ବାଚନ ପ୍ରଚାର ମଧ୍ୟ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜୁଏଲ ଓରାମ ପ୍ରକାଶ କରିଛନ୍ତି । ରାଉରକେଲା ରେ ଦିଲୀପ ରାୟଙ୍କର ପ୍ରଭାବ ରହିଛି ତାହା ପୁର୍ବ ନିର୍ବଚନରେ କେହି ଜାଣନ୍ତୁ ନଜାଣନ୍ତୁ ତାହା ଜୁଏଲ ଓରାମଙ୍କୁ ପୁରା ଜଣା । କାରଣ ଗତ ନିର୍ବାଚନରେ ଜୁଏଲଙ୍କୁ ଜିତାଇବା ଲାଗି ରାଉରକେଲା ଭୋଟରଙ୍କ ସହେଯାଗ ବେଶ ଅଧିକ ଥିଲା ଯେଉଁଥିଲାଗି ଜୁଏଲ ବାବୁ ଜିତାପଟ ନେଲେ । କୁହା ଯାଉଛି ଯେ ଏପଟେ ଦିଲୀପଙ୍କ ସେନା ଧିରେ ଧିରେ ପ୍ରତିଦିନ ବିଜେଡି ରେ ମିଶୁଥିବା ବେଳେ,ଖୋଦ ଦିଲୀପ ଆସି ରାଉରକେଲାରେ ଧୋକାଦେଇଥିବା ଦଳକୁ ଭୋଟ ନଦେବା ଲାଗି ଅପିଲ କରିଥିଲେ । ପରେ ବିଜେଡିର ପ୍ରାର୍ଥୀ ମାନଙ୍କର ସୁଅ ତାଙ୍କ ପାଖକୁ ଛୁଟିବା ସହ ସହେଯାଗ ଲାଗି ଅନେକ ଅନୁରୋଧ ହେଲା । ତା ପୁର୍ବରୁ ତାଙ୍କୁ ନବୀନ ନିବାସରେ ଦେଖାଯିବା ପରେ ଅନେକ କଥା ଆଲୋଚନା ଚାଲିଥିବା ବେଳେ ଦିଲୀପଙ୍କ ବନ୍ଧୁ ବିଜୟ ସିନା ବିଜେପିକୁ ଫେରିଲେ କିନ୍ତୁ ଦିଲୀପ ଏବେବି ନୀରବ ।କହିଛନ୍ତି ଏବେ କୌଣସି ଦଳକୁ ଯିବେନି । ଏତିକି ବେଳେ ଜୁଏଲ ବାବୁ ଦିଲୀପଙ୍କୁ ମନେ ପକାଇବା ମାନେ ତାଙ୍କ ବିନା ବୋଧେ ଏଥର ଆଗକୁ ଯିବା କଷ୍ଟ ହେଉଛି ବୋଲି ଆଲୋଚନା ହେଉଛି । ତା ଛଡା ଗତ ନିର୍ବାଚନ କଥା ବୋଧେ ଜୁଏଲଙ୍କର ମନେ ପଡିଯାଇଛି ବୋଲି କୁହାଯାଉଛି । ତେବେ ଜୁଏଲଙ୍କ କଥା ଉପରେ ଦିଲୀପଙ୍କ ସମର୍ଥକ ମାନେ ନୀରବ ଥିବା ବେଳେ ଏନେଇ ଦିଲୀପଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇନଥିଲା । ସୁନ୍ଦରଗଡ ଲୋକ ସଭା କ୍ଷେତ୍ରଲାଗି ଏଥର ନବୀନଙ୍କ ଉପରେ ଭରସାକରି ତାଙ୍କ ପ୍ରାର୍ଥୀ ସୁନୀତା ବିଶ୍ୱାଳ ଲଢୁଥିବା ବେଳେ,ଜିଲ୍ଲାର ଲଢୁଆ ନେତା ଜର୍ଜ ତିର୍କୀ ଉଭୟ ଦଳ ଲାଗି ଚିନ୍ତାର ବିଷୟ ହୋଇଥିବା କୁହା ଯାଉଛି । ଏତିକି ବେଳେ ଜୁଏଲ ଓରାମଙ୍କ ଲାଗି ଏଥରର ନିର୍ବାଚନ ନିଶ୍ଚୟ ଟିକେ ଅଲଗା । ତେଣୁ ଦିଲୀପଙ୍କୁ ମନେ ପକାଇବା ସ୍ୱାଭାବିକ ବୋଲି ଚର୍ଚ୍ଚା ଚାଲିଛି ।