ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଗଡ଼ିଲା ଅଶୋକଝରି ରଥ
ବାରିପଦା, ୧୩/୪(ସକାଳଖବର): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦା ବଡ଼ ଜଗନ୍ନାଥ ମନ୍ଦିରର ବଡ଼ଦାଣ୍ଡ ମହାପ୍ରଭୂଙ୍କ ବାହୁଡ଼ା ଯାତ୍ରା ପରେ ନୀରବ ହୋଇଯାଇଥିଲା । ଏହି ନୀରବତାକୁ ଭଙ୍ଗକରି ଚୈତ୍ର ଶୁକ୍ଳ ପକ୍ଷ ଅଶୋକାଷ୍ଟମୀ ତିଥିରେ ପୁଣି ଥରେ ଶଙ୍ଖ-ଘଂଟ-ଘଂଟା-ମୃଦଙ୍ଗ ସହ ଭକ୍ତମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପତି ହୋଇଉଠିଥିଲା । ଏହିଭଳି ପରିବେଶ ମଧ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରୁକୁଣା ରଥ ଅଶୋକଝରି ଯାତ୍ରା ଆରମ୍ଭ ହୋଇଥିଲା । ବଡ଼ ଜଗନ୍ନାଥ ମନ୍ଦିର ବେଢ଼ାରୁ ଶ୍ରଦ୍ଧାଳୁମାନେ ମହାଆନନ୍ଦ ଉହ୍ଲାସରେ ରଥକୁ ମାଉସୀମା ମନ୍ଦିର ଅଭିମୁଖେ ଟାଣି ଥିଲେ ।
ସ୍ଥାନୀୟ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରରୁ ମହାପ୍ରଭୂ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତା ଚୈତ୍ର ଶୁକ୍ଳ ପକ୍ଷ ଅଶୋକାଷ୍ଟମୀ ତିଥିରେ ରଥାରୂଢ଼ ହୋଇ ଅଶୋକ ବନକୁ ଯାତ୍ରା କରିବାର ପରମ୍ପରା ବା ବିଧି ମୟୂରଭଞ୍ଜ ଗଡ଼ଜାତ ରାତ୍ୟର ମହାରାଜାଙ୍କ ଶାସନ ଅମଳରୁ ପାଳିତ ହୋଇଆସୁଅଛି । ଆଜି ଶନିବାର ଅପରାହ୍ନରେ ମନ୍ଦିରର ରୀତିନୀତି ଅନୁସାରେ ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ନିକଟରେ ପହଡ଼, ପଣା ଓ ଠା କାର୍ଯ୍ୟ ସମାପନ ହେବା ପରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ମହାପ୍ରଭୂଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ ମନ୍ଦିରର ତିନି ପୂଜାପଣ୍ଡା ମହାପ୍ରଭୂ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଦେବୀଙ୍କୁ ପହଣ୍ଡି ବିଜେରେ ଆଣି ତିନିଥର ମନ୍ଦିର ବେଢ଼ା ପରିକ୍ରମା କରାଇବା ପରେ ସିଂହଦ୍ୱାର ନିକଟରେ ଅପେକ୍ଷା କରିଥିବା ଅଶୋକଝରି ରଥାରୂଢ ÿକରାଇଥିଲେ । ଏହାପରେ ସୁସଜ୍ଜିତ ରଥକୁ ଭକ୍ତମାନେ ଶଙ୍ଖ-ଘଂଟ-ଘଂଟା-ମୃଦଙ୍ଗ ନାଦ ସହ ହରିବୋଲ ସଂକୀର୍ତନ ଓ ହୁଳହୁଳିରେ ବଡ଼ଜଗନ୍ନାଥ ମନ୍ଦିରରୁ ବଡ଼ଦାଣ୍ଡରେ ଥିବା ଶ୍ରୀରାଧାମୋହନ ମନ୍ଦିର(ମାଉସୀମାମନ୍ଦିର) ନିକଟକୁ ଟାଣିନେଇ ଯାଇଥିଲେ । ସେଠାରେ ସମସ୍ତ ସେବାୟତମାନେ ମୟୂରଭଞ୍ଜ ରାଜ ଦରବାରର ଅମଳରେ ନାମିତ ପୁରୁଣା ବଗ ସାମଲଗଡ଼(ବର୍ତମାନର ମା’ ଅମ୍ବିକା ଠାକୁରାଣୀ)ରୁ ପରମ୍ପରା ଅନୁଯାୟୀ ଅଶୋକ ଫୁଲର କଢ଼ି ସଂଗ୍ରହକରି ରଥ ନିକଟକୁ ନେଇ ଆସିଥିଲେ । ରଥରେ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନାରେ ଅଶୋକ କଢ଼ି ଲାଗିହେବା ପରେ ତାହା ସର୍ବସାଧାରଣରେ ପ୍ରସାଦ ରୂପେ ବଂଟନ କରାଯାଇଥିଲା । ପ୍ରକାଶ ଥାଉକି, ଅଶୋକାଷ୍ଟମୀ ତିଥିରେ ଅଶୋକ ଗଛର ଫୁଲକୁ ସେବନ କଲେ ସମସ୍ତ ପ୍ରକାରର ଦୁଃଖ ଦୂର ହେବା ସଂଗେସଂଗେ ଶରୀରକୁ ସମସ୍ତ ପ୍ରକାରର ରୋଗ ବୈରାଗ୍ୟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଆସିଛି । ଏହି ସମସ୍ତ କାର୍ଯ୍ୟ ଶେଷ ହେବା ପରେ ରଥ ମୋଡ ÿନେଇଥିଲା ଏବଂ ଭକ୍ତମାନେ ପୁଣି ଥରେ ରଥକୁ ବଡ଼ଦାଣ୍ଡରେ ଟାଣିଟାଣି ବଡ ÿଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଂଚାଇ ଥିଲେ । ରାତିରେ ସେବାୟତମାନେ ତିନିଠାକୁରଙ୍କୁ ପହଣ୍ଡିରେ ମନ୍ଦିର ଭିତରକୁ ନେଇ ଯାଇଥିଲେ । ପ୍ରଚଳିତ ପରମ୍ପରା ଅନୁସାରେ ବାଳକ ବାଳିକାମାନେ ମିଳିମିଶି ଏହି ଅଶୋକଝରି ରଥକୁ ଟାଣୁଥିବାର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ରହିଥିଲା ।