ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି

Mar 11, 2019 - 05:46
 219
ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି
ବାରିପଦା,୧୦/୩(ସକାଳଖବର): ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଛକ ନିକଟରେ ଥିବା ବିଜେପିର ମୟୂରଭଞ୍ଜ(ପୂର୍ବ ) ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳୀୟ ପ୍ରତିଶ୍ରୁତି ପତ୍ରକୁ ଉନ୍ମୋଚନ କରିଛନ୍ତି । ଏଥିରେ ବିଜେପି ଓଡ଼ିଶା କ୍ଷମତାକୁ ଆସିଲେ ଦାରୀଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଭୂମିହୀନମାନଙ୍କୁ ମାଗଣାରେ ସ୍ଥାୟୀ ଜମିର ପଟ୍ଟା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ମାଗଣାରେ ସ୍ଥାୟୀ ପକ୍କାଗୃହ ନିର୍ମାଣ କରାଇ ଦେବ । ସେହିପରି ବେରୋଜଗାରଙ୍କୁ ରୋଜଗାର ଯୋଗାଇ ଦେବାର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ଏଥି ସହିତ ତଜିଲ୍ଲା ସଭାପତି ଶ୍ରୀମହାପାତ୍ର ବିଜେଡ଼ିକୁ ଟାର୍ଗେଟ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ୧୯ ବର୍ଷ ଧରି ଏକ ସ୍ଥିର ସରକାର ଚାଲିଥିଲେ ମଧ୍ୟ ଶାସନ ପରିଚାଳନା କ୍ଷେତ୍ରରେ ଅପାରଗତା କାରଣରୁ ଗରୀବ ଭୂମିହୀନ ପରିବାରରେ ସ୍ଥାୟୀ ଜମି ପଟ୍ଟା ଯୋଗାଇଦେବାରେ ସରକାର ବିଫଳ ହୋଇଛି । ଫଳରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ସାମିଲ ହେବାରୁ ବଞ୍ଚିତ ହୋଇଆସୁଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନଥିବାରୁ ଜନସାଧାରଣ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହେଉଛି । ରାଜ୍ୟ ସରକାର ଯୁବକଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେଇ ପାରୁନଥିବାରୁ ସେମାନେ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଛୁଟିଯାଉଛନ୍ତି ।