ବାଘୁଣୀ ଝାମ୍ପିନେଲା ଗାଈକୁ

Sep 18, 2018 - 19:50
 294
ବାଘୁଣୀ ଝାମ୍ପିନେଲା ଗାଈକୁ
ଅନୁଗୋଳÿ / ଆଠମଲ୍ଲିକ , ୧୮/୯ (ସକାଳଖବର): ବାଘୁଣୀ ସୁନ୍ଦରୀ ଗୋଟିଏ ପରେ ଗୋଟିଏ ଉନ୍ମତ୍ତକାଣ୍ଡ ଭିଆଇ ଚାଲିଛି । ହେଲେ ବନ ବିଭାଗ ନିୟନ୍ତ୍ରଣ କରିବାରେ ବର୍ତ୍ତମାନ ସୁଦ୍ଧା ଅକ୍ଷମ ହୋଇପଡ଼ିଛି । ଅପରପକ୍ଷେ ବାଘୁଣୀ ଯେତେ କାଣ୍ଡ ଭିଆଇଲେ ମଧ୍ୟ ବନ ବିଭାଗ ଘଟଣାକୁ ଚପେଇ ଦେବାପାଇଁ ସବୁ ପ୍ରୟାସ କରିଛି । ହେଲେ ସତ କେବେ ଲୁଚି ରହେନାହିଁ ଯାହାକି ଆଜି ପୁଣି ବାଘୁଣୀ ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡ ଅଧିନ ଲେହେଡ଼ି ଗାଁରେ ପଶି ଏକ ଗାଇକୁ ଝାମ୍ପି ମାରି ଖାଇବା ଘଟଣା ସ୍ପଷ୍ଟ କରିଦେଇଛି । ଏହି ଖବର ପାଇ ବନ ବିଭାଗ ଅଧିକାରୀ ଓ ବିଶେଷଜ୍ଞ ଦଳ ସେଠାରେ ପହଞ୍ଚô ବାଘୁଣୀର ଗତିବିଧିକୁ କଡ଼ା ନଜରରେ ରଖିଥିବା ଜଣାଯାଇଛି ।ଏବଂ ଘଟଣାସ୍ଥଳକୁ କାହାରିକୁ ଛାଡ଼ୁ ନଥିବା ଖବରରୁ ଜଣାପଡ଼ିଛି । ତେବେ ବାଘୁଣୀ ପଇଁଚକୁଳ ଅଞ୍ଚଳରେ ଦୁଇ ଦିନ ହେଲା ଆତଙ୍କ ଖେଳାଇ ଚାଲିଛି । ଫଳରେ ସ୍ଥାନୀୟ ଲୋକମାନେ ଭୟରେ ଆତଙ୍କିତ ହୋଇପଡ଼ିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗତ ୧୨ ତାରିଖରେ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ହାତୀବାରୀ ଗାଁରେ ଜନୈକା ମହିଳା ବାଘୁଣୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲଙ୍କାକାଣ୍ଡ ଘଟି ଯାଇଥିଲା । ଏହା ପରେ ପରେ ବିପ୍ରଡ଼ିହ ଗାଁରେ ବାଘୁଣୀ ଗାଇ ବାଛୁରୀ ଉପରେ ଆକ୍ରମଣ କରିଥିବା ଖବର ହଇଚଇ ଖେଳାଇଦେଇଥିଲା । ହେଲେ ବନ ବିଭାଗ ଏହା ବାଘୁଣୀର ଆକ୍ରମଣ ନୁହେଁ ଅନ୍ୟ ଏକ ବନ୍ୟଜନ୍ତୁ ହୋଇଥାଇପାରେ ବୋଲି କହି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରିଥିଲା । ଅପରପକ୍ଷେ ଗତକାଲି ଆଠମଲ୍ଲିକ ବନଖଣ୍ଡ ଅଧିନ ହାତୀଧରା ସଂରକ୍ଷିତ ଜଙ୍ଗଲର କୁସୁମକୁହୁରୀ ଗାଁ ବିଲରେ ବାଘୁଣୀକୁ ଦେଖି କିଛି ମହିଳା ଭୟରେ ଅଚେତ ହୋଇ ପଡ଼ିଥିଲେ । ତଥାପି ବନ ବିଭାଗ ଏ ସମସ୍ତ ଘଟଣାକୁ ଏଡ଼ାଇ ଯାଇଥିଲା । କିନ୍ତୁ ଘଟଣାକୁ ନେଇ ବିଶେଷଜ୍ଞ ଦଳ ଓ ଟ୍ରାକୁଲାଇଜର ଟିମ ପହଞ୍ଚô ବାଘୁଣୀର ଗତିବିଧିକୁ ଅନୁଧ୍ୟାନ ଜାରି ରଖିଛନ୍ତି । ତେବେ ଆଜି ପୁଣି ଆଠମଲ୍ଳିକ ବନଖଣ୍ଡ ହାତୀଧରା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଲେହେଡ଼ି ଗାଁର ନବ କୁମାର ପଣ୍ଡାଙ୍କର ଏକ ଗାଇକୁ ଝାମ୍ପି ନେଇ ଜଙ୍ଗଲ ଭିତରେ ମାରି ଖାଇଥିବା ଖବର ସାରା ଅଞ୍ଚଳରେ ପୁଣି କୋକୁଆ ଭୟ ଖେଳାଇଦେଇଛି । ଗତକାଲି ରାତିରେ ନବଙ୍କ ଗାଇ ଫେରିନଥିଲା । ତେବେ ଗାଇ ନ ଫେରିବା ନେଇ ନବ ଖୋଜାଖୋଜି ଆରମ୍ଭ କରିଦେଇଥିଲେ ।ତେବେ ଗାଇକୁ ଘୋଷାଡ଼ି ନେଇଥିବା ସହ ରକ୍ତ ଛିଟା ପଡ଼ିବା ଦେଖି ଏହା ବାଘୁଣୀ ସୁନ୍ଦରୀର କଳାକାର ନାମା ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି । ଗାଁ ଲୋକ ଓ ବନ ବିଭାଗ ବାତଚିତ୍ ପରେ ଗାଇ କ୍ଷତିପୂରଣ ବାବଦକୁ ଆଠମଲ୍ଲିକ ଡ଼ିଏଫ୍ଓ ୫ ହଜାର ଟଙ୍କା ଦେଇଥିବା ଖବରରୁ ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଘଟଣାସ୍ଥଳକୁ ବନ ବିଭାଗ ଅଧିକାରୀ ଓ କର୍ମଚାରୀ, ବିଶେଷଜ୍ଞ ଦଳ ପହଞ୍ଚô ବାଘୁଣୀର ଗତିବିଧିକୁ ଅନୁଧ୍ୟାନ ଜାରି ରଖିଛନ୍ତି । ବିଶେଷ ସୂତ୍ର ଅନୁଯାୟୀ ବାଘୁଣୀ ଟାଣି ନେଇଥିବା ଗାଇକୁ ଗତକାଲି ଖାଇବା ସହ ଆଜି ମଧ୍ୟ ଗାଇ ମଢ଼ ପାଖରେ ଜଗି ବସିଛି ବୋଲି ଖବରରୁ ଜଣାଯାଇଛି । ବିଶେଷଜ୍ଞ ଦଳ ବାଘୁଣୀ ପାଖକୁ ଯାଇ ପାରିନଥିବାବେଳେ ଟ୍ରାକୁଲାଇଜ କରିବା ପାଇଁ ଯୋଜନା କରୁଛନ୍ତି । ଆଉ ବାଘୁଣୀ ବେକରେ ଲାଗିଥିବା ରେଡ଼ିଓ କୁଲାର ମାଧ୍ୟମରେ ବାଘୁଣୀର ଗତିବିଧିକୁ ନିରୀକ୍ଷଣ କରୁଥିବା ଜଣାଯାଇଛି ।