ବହୁ ଚର୍ଚ୍ଚିତ ଉଷାଶ୍ରୀ ହତ୍ୟା ପ୍ରସଙ୍ଗ

Aug 23, 2018 - 19:28
 203
ବହୁ ଚର୍ଚ୍ଚିତ ଉଷାଶ୍ରୀ ହତ୍ୟା ପ୍ରସଙ୍ଗ
କଟକ,୨୩ା୮(ସକାଳଖବର): ବହୁ ଚର୍ଚ୍ଚିତ ଉଷାଶ୍ରୀ ପରିଡ଼ା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ଡାକ୍ତର ସୋମନାଥ ପରିଡ଼ାଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ନିମ୍ନ ଅଦାଲତରେ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରି ଖୁବଶୀଘ୍ର ଟ୍ରାଏଲ ସାରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଏସସି ଚିତ୍ତରଞ୍ଜନ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩, ଜୁନ ମାସ ୩ତାରିଖରେ ନୟାପଲ୍ଲୀ ଅଞ୍ଚଳ ବାସିନ୍ଦା ଡାକ୍ତର ସୋମନାଥ ପରିଡ଼ା ନିଜ ପତ୍ନୀ ଉଷାଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ୨ଶହ ଖଣ୍ଡ କରି ୨୨ଟି ଷ୍ଟିଲ ବାକ୍ସ ମଧ୍ୟରେ ଲୁଚାଇ ରଖିଥିଲେ । ଜୁନ ମାସ ୨୧ତାରିଖରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।