ପ୍ରୟାଗ ଗ୍ରୃପ ଏମଡିଙ୍କ ଜାମିନ ମାମଲା

Jul 18, 2018 - 14:34
 191
କଟକ,୧୮ା୭(ସକାଳଖବର): ପ୍ରୟାଗ ଗ୍ରୃପ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ବାସୁଦେବ ବାଗଚୀଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜମାକାରୀଙ୍କ ଠାରୁ ଉକ୍ତ ସଂସ୍ଥା କେତେ ଅର୍ଥ ଆଦାୟ କରିଥିଲା ସେ ସଂପର୍କରେ ରିପୋର୍ଟ ଦେବା ପାଇଁ ଜଗତସିଂହପୁର ଜିଲା ଅଭୟଚାନ୍ଦପୁର ଆଇଓସିଏଲ ଥାନା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ସଂସ୍ଥା ଜଗତସିଂହପୁର ଅଞ୍ଚଳରେ ଲୋକଙ୍କୁ ପ୍ରଲୋଭିତ କରି ଅର୍ଥ ଆଦାୟ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜମାକାରୀଙ୍କ ଅର୍ଥ ଫେରସ୍ତ କରିନଥିଲା । ଫଳରେ ଜମାକାରୀମାନେ ଅଭୟଚାନ୍ଦପୁର ଆଇଓସିଏଲ ଥାନାରେ ଏତଲା ଦାୟର କରିଥିଲେ ।