ପୁଲିସ ପାଇଁ ଶିଖିବାର ସମୟ

Sep 18, 2018 - 18:07
 611
ପୁଲିସ ପାଇଁ ଶିଖିବାର ସମୟ
କଟକ,୧୮ା୯(ସକାଳଖବର): ଇସ୍ରୋ ଗୁପ୍ତଚର ମାମଲାରେ ସମସ୍ତ ଅଭିଯୁକ୍ତ ସର୍ବୋଚ୍ଚ ଅଦାଲତରେ ନିଦେ୍ର୍ଧାଷ ସାବ୍ୟସ୍ତ ହୋଇଛନ୍ତି । ଜଣେ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ଇତିମଧ୍ୟରେ ନିଦେ୍ର୍ଧଶ ଦେଇଛନ୍ତି । ୧୯୯୪ ମସିହାର ଏହି ମାମଲା । ଇସ୍ରୋର କ୍ରାୟୋଜେନିକ ରକଟେ୍ ଇଞ୍ଜିନ ନକ୍ସା ପାକିସ୍ତାନକୁ ଗୁପ୍ତରେ ଯୋଗାଣ କରୁଥିବା ଅଭିଯୋଗରେ ଇସ୍ରୋର କେତେକ ବୈଜ୍ଞାନିକ ଓ ଜଣେ ବିଦେଶୀ ନାଗରିକଙ୍କୁ କେରଳ ପୁଲିସ ଗିରଫ କରିଥିଲା । ପୋଲିସ ହେପାଜତରେ ସେମାନଙ୍କୁ ନିର୍ଯାତନା ଦେଇ ନିଜ ସପକ୍ଷରେ ଅଭିଯୁକ୍ତଙ୍କ ନିକଟରୁ ଜବାବ ଆଦାୟ କରିଥିଲେ । ପୁଲିସ ମାମଲା ନିମ୍ନ ଅଦାଲତରେ ଖାରଜ ହୋଇଥିଲେ ମଧ୍ୟ ସରକାରଙ୍କ ଉଦ୍ୟମରେ ଏହି ମାମଲା ପୁନଃତଦନ୍ତ କରାଯାଇଥିଲା । ସରକାରଙ୍କର ଏଥିରେ ରାଜନୈତିକ ସ୍ୱାର୍ଥ ଥିବାରୁ ଏହାର ପୁନଃତଦନ୍ତ କରାଯାଇଥିଲା । କେରଳ ପୋଲିସ ଓ ସରକାରଙ୍କ ଭୁଲ ପାଇଁ ଯେଉଁ ବୈଜ୍ଞାନିକ ମାନସିକ ସ୍ତରରେ ନିର୍ଯାତିତ ହେଲେ ତାହାର ଉତ୍ତରଦଣ୍ଡ କିଏ ପାଇବା ଉଚିତ୍ ? ସେହିପରି ମହାରାଷ୍ଟ୍ର ପୁଲିସ ଏବେ କିଛି ସାମାଜିକ କର୍ମୀଙ୍କୁ ଗିରଫ କରି ସେମାନଙ୍କୁ ଦେଶବିରୋଧୀ ମାଓବାଦୀ ଭାବେ ଚିତ୍ରିତ କିବା ପାଇଁ ଚାହୁଁଛି । କାହା ଘରେ ଥିବା ମାଓ ସେତୁଙ୍ଗଙ୍କ ପୁସ୍ତକ ବା କିଛି ବିଚାରଧାରା ବୋଧକ ହସ୍ତଲେଖା ଜବତ୍ କରି ସେମାନଙ୍କ ଦେଶବିରୋଧୀ ଭାବେ ଚିତ୍ରିତ କରୁଛି । ଏହାର ପରିଣାମ କଣ ହେବ ? ଓଡ଼ିଶା ପୋଲିସ ଟିଟୋ ସାମ୍ରାଜ୍ୟର ପୁରୁଣା ଫାଇଲ ଖୋଲି ଏକାଧିକ ଗିରଫଦାରୀ କରି ବାହାବା ନେବାକୁ ଚେଷ୍ଠା କରୁଛି । ନାମ୍ବି ନାରାୟରଙ୍କୁ ଗିରଫ କରିବା ସମୟରେ କେରଳ ପୋଲିସ କହିଥିଲା ଯେ ଯଦି ସେ ନିଦେ୍ର୍ଧାଷ ହୁଅନ୍ତି ତେବେ ପୋଲିସ ଚପଲ ମାଡ଼ ଖାଇବା ପାଇଁ ପ୍ରସ୍ତୁତ । ସଂପୃକ୍ତ ପୁଲିସ ଅଧିକାରୀ ଏବେ ଚପଲ ମାଡ଼ ଖାଇବା ପାଇଁ ଆଗେଇ ଆସିବେ କି ? ନାମ୍ବିଙ୍କୁ ଯେଉଁ କ୍ଷତିପୂରଣ ପ୍ରଦାନ କରାଯିବ ତାହା ଜନସାଧାଣରଙ୍କ ଅର୍ଥ ବୋଲି ସମସ୍ତେ ଜାଣିରଖିବା ଉଚିତ୍ । ଟିଟୋ ମାମଲାରେ ଯଦି ସମସ୍ତେ ନିଦେ୍ର୍ଧାଷ ହୁଅନ୍ତି ଓଡ଼ିଶା ପୋଲିସ ନିଜ ବିଫଳତାର ଶ୍ରେୟ ମୁଣ୍ଡକୁ ନେବ କି ? ଭାରତରେ ତଦନ୍ତକାରୀ ସଂସ୍ଥା ଏବେ ‘ସନେ୍ଦହ’ ଶବ୍ଦକୁ ନେଇ ଅନେକ ସମ୍ମାନସ୍ପଦ ବ୍ୟକ୍ତିଙ୍କ ସମ୍ମାନ ଭୁଲୁଣ୍ଠିତ କରୁଛନ୍ତି । ଅଧିକାଂଶ ମାମଲାରେ ପୁଲିସ ହାରୁଛନ୍ତି । ଏହାର କାରଣ ହେଲା ନିଜ ପତିଆରା କିମ୍ବା ଚାକିରୀ ରକ୍ଷା ପାଇଁ ତଦନ୍ତକାରୀ ସଂସ୍ଥା ମିଥ୍ୟା ସାକ୍ଷୀ ପ୍ରଦାନ କରୁଛି । ଫଳରେ ଅଦାଲତରେ ମାମଲା ମିଥ୍ୟା ପ୍ରମାଣିତ ହେଉଛି । ଦେଶରେ ଏପ୍ରକାର ଏକଛତ୍ରବାଦ ବ୍ୟବସ୍ଥା କେତେଦିନ ଜାରି ରହିବ । ଏଦିଗରେ ଏବେଠାରୁ ଚିନ୍ତା କରାନଗଳେ ଆଗାମୀ ଦିନରେ ଦେଶ ଏକ ଗଣବିପ୍ଲବର ସମ୍ମୁଖୀନ ହେବ । ପ୍ରଶାସନର ମୁଣ୍ଡ ଗଡ଼ିବ । ତଦନ୍ତକାରୀ ସଂସ୍ଥାର ବିଫଳତା ପାଇଁ ଉତ୍ତରଦାୟିତ୍ୱ ଧାର୍ଯ୍ୟ ହେବାର ସମୟ ଆସି ପହଞ୍ଚିଛି ।