ପିଭିଆର ମୂର୍ତ୍ତି କ୍ରିକେଟ୍ରେ କିସ୍ ଚମ୍ପିୟନ୍

Apr 26, 2018 - 18:53
 155
ପିଭିଆର ମୂର୍ତ୍ତି  କ୍ରିକେଟ୍ରେ କିସ୍ ଚମ୍ପିୟନ୍
କଟକ୨୬/୪: କଟକର ବୋଷ ଇଂଜିନିୟରିଂ ପଡ଼ିଆରେ ଚାଲିଥିବା ୧୩ତମ ପିଭିଆର ମୂର୍ତ୍ତି ଆନ୍ତଃ ସ୍କୁଲ ପ୍ରତିଯୋଗିତାରେ କିସ୍ ୯୫ ରନ୍ରେ ସିଡ଼ିଏ ଡ଼ିଏଭିକୁ ହରାଇ ଚମ୍ପିୟନ ହୋଇଛି । ଚମ୍ପିୟନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଟସ୍ ଜିତି ପ୍ରଥମେ କିସ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୨୫ ଓଭରରେ ୪ଟି ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ଦଳ ପକ୍ଷରୁ ମୁନା ମଲିକ୍ ଅଲ୍ରାଉଣ୍ଡର ପଦର୍ଶନ କରି ସର୍ବାଧିକ ୫୬ ରନ୍ କରିବା ସହ ୩ଟି ୱିକେଟ୍ ଅକ୍ତିଆର କରିଥିଲା । ଜବାବରେ ସିଡ଼ିଏ ଡ଼ିଏଭି ସ୍କୁଲ ୨୨.୨ ଓଭରରେ ତାର ସମସ୍ତ ୱିକେଟ୍ ହରାଇ ମାତ୍ର ୮୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସୁରଜ ବେହେରା ସର୍ବାଧିକ ୨୧ ରନ୍ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଭାତୀୟ ଦଳର ପୂର୍ବତନ କ୍ରିକେଟ୍ର କିରଣ ମୋରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ୟୁନିୟନ୍ ସ୍ପୋଟିଂ ଏପରି ପ୍ରତିଯୋଗିତା କରୁଥିବାରୁ ପ୍ରଥମେ କ୍ଲବକୁ ସାଧୁବାଦ ଜଚ୍ଚାଇବା ସହ ଓଡ଼ିଶା କ୍ରିକେଟ ପାଇଁ ଶୁଭ ସଂଙ୍କେତ ବୋକାଲି ମତବ୍ୟକ୍ତ କରିଛନ୍ତି । ଏପରି ପ୍ରତିଯୋଗିତା ହେଲେ ରାଜ୍ୟ ତଥା ଦେଶରୁ ଭଲ କ୍ରିକେଟ୍ର ବାହାରିବେ ବୋଲି ଶ୍ରୀ ମୋରେ କହିଛନ୍ତି । ଓଡ଼ିଶା କ୍ରିକେଟ ଦଳ ଘରୋଇ ମୁକାବିଲାରେ ଗଚ୍ଛବର୍ଷ ଭଲ ପଦର୍ଶନ କରିଥିଲେ । ରାଜ୍ୟରେ ମଧ୍ୟ ଉନ୍ନତ ମାନର କ୍ରିକେଟ୍ର ଭିର୍ତ୍ତି ଭୂମି ରହିଛି । ରାଜ୍ୟରେ ଭଲ କ୍ରିକେଟ୍ର ମଧ୍ୟ ରହିଛନ୍ତି । ଆଗାମି ଦିନରେ ରାଜ୍ୟର ନାମ ଆଗକୁ ଆଣିବେ ବୋଲି ସେ କହିଛନ୍ତି । ସେହିପରି ଏବେ ଭାରତୟ କ୍ରିକେଟ୍ ଦଳରେ ବହୁ ଛୋଟ ଛୋଟ ସହରରୁ ବଡ଼ ବଡ଼ କ୍ରିକେଟ୍ର ବାହାରିଲେଣି । ତେଣୁ ଆଗାମୀ ଦିନରେ ଓଡ଼ିଶା ନିଶ୍ଚିତ ଭାବେ ଭଲ ପଦର୍ଶନ କରିବ ବୋଲି ଶ୍ରୀ ମୋରେ କହିଛନ୍ତି । କାର୍ଯ୍ୟକ୍ରମକୁ କ୍ଲବର ସଭାପତି ପ୍ରଦୀପ ଚୌହାନ୍ ପରିଚାଳନା କରିଥିଲେ । କରିଥିଲେ ।