ପାରିବାରିକ କଳହରୁ ଲଙ୍କାକାଣ୍ଡ, ଶାଳକ ଆକ୍ରମଣରେ ଭିଣୋଇ ମୃତ

Dec 31, 2021 - 05:15
 55
ପାରିବାରିକ କଳହରୁ ଲଙ୍କାକାଣ୍ଡ, ଶାଳକ ଆକ୍ରମଣରେ ଭିଣୋଇ ମୃତ
ଭୁବନେଶ୍ୱର ୩୧/୧୨: ଶାଳକ ଆକ୍ରମଣରେ ଭିଣୋଇ ମୃତ । ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ଧିରକୁଟ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଭିଣୋଇ ହେଲେ ସୁଶାନ୍ତ ଘଡେଇ । ସେ ଧିରକୁଟ ବସ୍ତିରେ ନିଜ ଶଶୁର ଘରେ ରହୁଥିଲେ । ହତ୍ୟାକାରୀ ଶଳା ବାପୁନି ନାୟକକୁ ଗିରଫ କରିଛି ପୋଲିସ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା । ପରିବାର ଲୋକଙ୍କ ଅଭିଯୋଗ ପରେ ବାପୁନିକୁ ଗିରଫ କରିଛି ପୋଲିସ ।