ପାରାଦ୍ୱୀପ ପେଟ୍ରୋଲିୟମ୍ କ୍ରାକର ଶିଳ୍ପ ପ୍ରତିଷ୍ଠା କରିବ ତାଇୱାନ୍ କମ୍ପାନୀ

Aug 2, 2018 - 17:28
 134
ପାରାଦ୍ୱୀପ ପେଟ୍ରୋଲିୟମ୍ କ୍ରାକର ଶିଳ୍ପ ପ୍ରତିଷ୍ଠା କରିବ ତାଇୱାନ୍ କମ୍ପାନୀ
ଭୁବନେଶ୍ୱର,୨/୮(ସକାଳଖବର): ପାରାଦ୍ୱୀପ ଠାରେ ତାଇୱାନ୍ ର ସିପିସି କର୍ପୋରେସନ୍ କମ୍ପାନୀ ୪୩ ହଜାର କୋଟି ଟଙ୍କା ବିନିଯୋଗରେ ଏକ ପେଟ୍ରୋଲିୟମ୍ କ୍ରାକର କମ୍ପାନୀ ପ୍ରତିଷ୍ଠା କରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ , ଜମି , ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଭିତିଭୂମି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁବାର ଦିନ ତାଇୱାନ୍ ସିପିସି କର୍ପୋରେସନ୍ ର ସଭାପତି ସୁନ୍-ଚିନ୍ ଲିଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ସଚିବାଳୟ ଠାରେ ଭେଟି ଏସମ୍ପର୍କରେ ଆଲୋଚନା କରଥିଲେ । ଆଲୋଚନା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ ଓଡିଶା ଗସ୍ତରେ ଆସିଥିବା ତାଇୱାନ୍ ର ଏକ ପ୍ରତିନିଧି ଦଳ ୪୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ସ୍ୱାଗତ କରଛନ୍ତି । ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ପାରାଦ୍ୱୀପରେ ପେଟ୍ରୋଲିୟମ୍ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା ଦିଗରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଓଡିଶାରେ ଯଥେଷ୍ଟ ସୁଯୋଗ ରହିଛି । ପୁଂଜିବିନିଯୋଗ ଓ ପ୍ରକଳ୍ପ କାର୍ଯ୍ୟକାରୀତାରେ ଓଡିଶା କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଆସିଛି ।