ଆଜିସୁଦ୍ଧା ୨୮୫୦ ପଂଚାୟତ ପାଇଁ ୬୫୬.୯୦ କୋଟି ଟଙ୍କାରେ ୨୬,୫୮୭ ପ୍ରକଳ୍ପକୁ ମିଳିଛି ମଂଜୁରୀ

Aug 2, 2018 - 17:33
 156
ଆଜିସୁଦ୍ଧା ୨୮୫୦ ପଂଚାୟତ ପାଇଁ ୬୫୬.୯୦ କୋଟି ଟଙ୍କାରେ ୨୬,୫୮୭ ପ୍ରକଳ୍ପକୁ ମିଳିଛି ମଂଜୁରୀ
ଭୁବନେଶ୍ୱର,୨/୮(ସକାଳଖବର):ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି ଜିଲ୍ଲାର ୬ଟି ବ୍ଲକ୍ ର ୧୨୩ଟି ପଂଚାୟତ ପାଇଁ ୨୫.୪୦ କୋଟି ଟଙ୍କାରେ ୧୦୨୧ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ବିଜେପୁର ବ୍ଲକ୍ ର ୨୩ଟି ପଂଚାୟତ ପାଇଁ ୪ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ , ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ୍ ର ୧୯ଟି ପଂଚାୟତ ପାଇଁ ୩.୭୫ କେଟି ଟଙ୍କାରେ ୨୦୭ଟି ପ୍ରକଳ୍ପ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ର ୨୯ଟି ପଂଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୩୪ଟି ପ୍ରକଳ୍ପ , ଅନୁଗୁଳ ଜିଲ୍ଲା କଣିହା ବ୍ଲକ୍ ର ୨୬ଟି ପଂଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୮୬ଟି ପ୍ରକଳ୍ପ , ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍ ର ୧୪ଟି ପଂଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୦୬ଟି ପ୍ରକଳ୍ପ ଏବଂ ମୟୁରଭଂଜ ଜିଲ୍ଲା ବିଜତୋଳା ବ୍ଲକ୍ ୧୨ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୧୦ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୨୩ଟି ବ୍ଲକ୍ ର ୨୮୫୦ଟି ଗ୍ରାମ ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଂଜୁର କରିଛନ୍ତି । ଇତିମଧ୍ୟରେ ୨୬,୫୮୭ଟି ପ୍ରକଳ୍ପ ପାଇଁ ୬୫୬.୯୦ କୋଟି ଟଙ୍କା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ , ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ, ବିଧାୟକ , ଉନ୍ନୟନ କମିଶନର , ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।