ପରିବହନ ଧର୍ମଘଟ : ଟ୍ୟାକ୍ସି , ଅଟୋ ଚଳାଚଳ ବନ୍ଦ

Aug 7, 2018 - 17:43
 147
ପରିବହନ ଧର୍ମଘଟ :   ଟ୍ୟାକ୍ସି , ଅଟୋ ଚଳାଚଳ ବନ୍ଦ
ଭୁବନେଶ୍ୱର, ୭/୮ (ସକାଳଖବର): ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଅ ।କ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନେ୍ଦାଳନ ଡାକରା ଦିଆଯାଇଛି । ଫଳରେ ଦେଶବ୍ୟାପୀ ମାଲ ଓ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଧର୍ମଘଟକୁ ସମର୍ଥନ କରି ଅଟୋ, ଟ୍ୟାକ୍ସି, ବସ, ଟ୍ରକ, ଟ୍ୟାଙ୍କର ଆଦି ଚଳାଚଳ ବନ୍ଦ ରହିଛି । ତବେ ଏହି ୨୪ ଘଂଟିଆ ଧର୍ମଘଟରୁ ଫାୟାର ବ୍ରିଗ୍ରେଡ, ଆମ୍ବୁଲାନ୍ସ, ସ୍କୁଲ ବସ୍ ଓ ବ୍ୟକ୍ତିଗତ ଯାନ ଗୁଡିକୁ ବାଦ ଦିଆଯାଇଛି । ଦେଶବ୍ୟାପୀ ଧର୍ମଘଟକୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଥିବା ବେଳେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାମିଲ ହୋଇନାହିଁ ।