ନିର୍ବାଚନ ଫଳ ଦେଶରେ ବ୍ୟାପକ ପରିବର୍ତନ ଘଟାଇବ- ବିଜୟ

Dec 12, 2018 - 18:50
 227
ନିର୍ବାଚନ ଫଳ ଦେଶରେ ବ୍ୟାପକ ପରିବର୍ତନ ଘଟାଇବ- ବିଜୟ
କେନ୍ଦ୍ରାପଡ଼ା, ୧୨/୧୨(ସକାଳଖବର): ଗତକାଲି ପ୍ରକାଶ ପାଇଥିବା ୫ଟି ପ୍ରଦେଶର ନିର୍ବାଚନ ଫଳ ଦେଶରେ ବ୍ୟାପକ ପରିବର୍ତନ ଘଟାଇବ । ଅର୍ଥ ବାହୁବଳ, କ୍ଷମତାବଳ କିଛି କାମ କରିନାହିଁ କି କରିବ ନାହିଁ । ଅହଂକାର, ଆମ୍ôଗର୍ବ କାହାରି ରହିନାହିଁ, କି ରହିବ ନାହିଁ । ଜନସାଧାରଣ ଯେଉଁ ନିଷ୍ପତି ନିଅନ୍ତି ତା ଆଗରେ ସମସ୍ତ ବଳ, କୈାଶଳ ପ୍ରଭାବହୀନ ହୋଇଯାଏ । ଏହା କୌଣସି ଦଳର ସଭା ନୁହେଁ କିମ୍ବା ଏଠି କୈାଣସି ଦଳୀୟ ପତାକା ଲାଗିନାହିଁ । ଯେଉଁମାନେ ମୋ ସହିତ ଅଛନ୍ତି ମତେ ଭଲପାଆନ୍ତି ଓ ମୋର ରାଜନୀତିକ ଦୃଷ୍ଟିଭଙ୍ଗୀକୁ ପସନ୍ଦ କରନ୍ତି ସେହିମାନେ ହଜାର ହଜାର ସଂଖ୍ୟାରେ ଏଠାରେ ଉପସ୍ଥିତ ଅଛନ୍ତି । ଏଥିପାଇଁ ମୁଁ କୃତଜ୍ଞ ଓ ସେମାନଙ୍କୁ ଧନ୍ୟବାଦ ଦେଉଛି । ବିଗତ ୧୮ ବର୍ଷ ଧରି ମୋ ପ୍ରତି ଓ ମୋ ଲୋକମାନଙ୍କ ପ୍ରତି ଯେଉଁ ନିର୍ଯ୍ୟାତନା ମିଳିଛି ତାହା ଦୀର୍ଘ ଦିନ ପରେ ପରିବର୍ତନର ଫଳ ଆଣିବ । ଗଭିର ଷଡଯନ୍ତ୍ର, ନିର୍ଯ୍ୟାତନା, ଅତ୍ୟାଚାରରେ ମୋ ଲୋକମାନଙ୍କ ଆଖିରୁ ଲୁହ ଗଡିବା ମୁଁ ଦେଖିଛି ଓ ମୋ ଆଖିକୁ ମଧ୍ୟ ସେମାନେ ଦେଖିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସମଗ୍ର ଓଡିଶାକୁ ନୂତନ ରାଜନୈତିକ ଦିଗଦର୍ଶନ ଦେବ । ଓଡିଶାରେ ବ୍ୟାପକ ପରିବର୍ତନ ଆଣିବ । ପିଲାମାନେ ପାଠ ପଢୁଥିବା ଗଣିତରେ ଦୁଇରେ ଦୁଇ ମିଶିଲେ ୪ ହୁଏ । କିନ୍ତୁ ରାଜନୈତିକ ଗଣିତରେ ୨ରେ ୨ ମିଶିଲେ ୮ ହୁଏ । ବିଗତ ୨୦୦୪ ରୁ ୨୦୧୮ ପର୍ଯ୍ୟନ୍ତ ୧୪ ବର୍ଷ କାଳ ଲୋକେ ବହୁ କଷ୍ଟ, ଅନ୍ୟାୟ, ଅତ୍ୟାଚାର ସହିଛନ୍ତି । ଯେଉଁମାନେ ସବୁବେଳେ କ୍ଷମତାରେ ରହି ଅହଂକାରି ହୁଅନ୍ତି ସେମାନେ ଏହିଭଳି ଫଳ ପାଆନ୍ତି । ଏହିଭଳି ବକ୍ତବ୍ୟ ରଖିଥିଲେ ରାଜ୍ୟର ଅନ୍ୟତମ କୁଶଳୀ ରାଜନୀତିଜ୍ଞ ପୂର୍ବତନ ମନ୍ତ୍ରୀ ଓ କେନ୍ଦ୍ରାପଡା ମାଟିର ପୁଅ ବିଜୟ ମହାପାତ୍ର । ସେ ପୁଣି କହିଥିଲେ ଗତ ୫ଟି ରାଜ୍ୟର ନିର୍ବାଚନର ଫଳାଫଳ ବିଜେପିକୁ ଆମ୍ôଚିନ୍ତନ କରିବାକୁ ବାଧ୍ୟ କରିବ । ବିକାଶ ଏଜେଣ୍ଡାଠାରୁ ଦୂରେଇ ଯାଇ ଭିନ୍ନ ଏଜେଣ୍ଡାରେ କାମ କରିବା ଫଳରେ ବିଜେପିକୁ ଏହି ଦୁର୍ଦ୍ଧଶା ଭୋଗିବାକୁ ପଡିଛି । ମହାନଦୀର ଜଳଧାରାକୁ ଅଟକାଇ ଓଡିଶାରେ ଜଳସଂକଟ ସୃଷ୍ଟି କରିଥିବା ଛତିଶଗଡ, ରାଜନୈତିକ ବନ୍ୟାରେ ସଂପୂର୍ଣ୍ଣ ଭାସିଯାଇଛି । ୨୦୧୯ ନିର୍ବାଚନ ଯୁବକ/ଯୁବତୀମାନଙ୍କ ନିର୍ବାଚନ ହେବ । ମୁଁ ବହୁତ ଖୁସି । ମୋର ରାଜନୀତିଜ୍ଞ ନିଷ୍ପତିଟିକୁ ଜନସାଧାରଣ ସ୍ୱୀକୃତି ପ୍ରଦାନ କରିଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିବା ମାଟିର ପୁଅ ବିଜୟ ମହାପାତ୍ର ସମ୍ବର୍ଦ୍ଧନାର ଉତରରେ ଏହିଭଳି କହି ପ୍ରାୟ ୫ହଜାର ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ବୁଧବାର ମଧ୍ୟାହ୍ନରେ ମାର୍ଶାଘାଇ ବ୍ଲକ ୫ ନମ୍ବର କ ଜାତୀୟ ରାଜପଥର କାନପୁର ଛକରୁ ଏକ ବିରାଟ ଶୋଭାଯାତ୍ରା ବିଜୟ ମହାପାତ୍ରଙ୍କୁ ସ୍ୱାଗତ କରିଥିଲା । ସ୍ଥାନୀୟ ଗୋଜବାୟାଣୀ ପୀଠରେ ବିଜୟ ମହାପାତ୍ରଙ୍କ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ପ୍ରାୟ ୫ହଜାରରୁ ଅଧିକ ଜନତାଙ୍କ ସମାବେଶ ଘଟିଥିଲା । ବିଜେପି ଦଳରୁ ଇସ୍ତଫା ଦେବାପରେ ପ୍ରଥମକରି କେନ୍ଦ୍ରାପଡାକୁ ଆସିଥିବା ବିଜୟଙ୍କ ପାଇଁ ଗୋଜବାୟାଣୀ ପୀଠରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜୟବାବୁ କେଉଁ ନିଷ୍ପତି ନେବେ, କେଉଁ ଦଳରେ ମିଶିବେ ବା ନୂଆଦଳ ଗଢିବେ ଏହାକୁ ନେଇ ରାଜ୍ୟସାରା ଉକ୍ରଣ୍ଠା ବଳବତର ଥିବାବେଳେ ସାମ୍ବାଦିକ ମାନଙ୍କ ଗୁଡେଇ ତୁଡେଇ ପ୍ରଶ୍ନକୁ ଏଡାଇ ଯାଇ ଆଉ କିଛି ଦିନ ପରେ ଏହାର ଉତର ମିଳିବ ବୋଲି କହି ଉକ୍ରଣ୍ଠାକୁ ବଳବତର ରଖିଥିଲେ । ପୂର୍ବତନ ବିଜେପି ଜିଲ୍ଲା ସଭାପତି ସୁକାନ୍ତ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ୯ଟି ବ୍ଲକର ବିଜୟ ସମର୍ଥକ ମାନେ ଉପସ୍ଥିତ ଥିଲେ । ସଭାସ୍ଥଳରେ ବିଜୟବାବୁଙ୍କ ପହଁଚିବା ପୂର୍ବରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମ୍ବିକା ପରିଡା, ମହାକାଳପଡାର କୁଳମଣୀ ଚୈାଧୁରୀ, ଡେରାବିଶର ପ୍ରଶାନ୍ତ ସାମଲ, ପଟ୍ଟାମୁଣ୍ଡାଇର ବିଜୟ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ ।