କଂଗ୍ରେସ ଇସ୍ତାହାର କମିଟିର ପ୍ରଥମ ବୈଠକ

Dec 12, 2018 - 18:52
 163
କଂଗ୍ରେସ ଇସ୍ତାହାର କମିଟିର ପ୍ରଥମ ବୈଠକ
ଭୁବନେଶ୍ୱର, ୧୨/୧୨(ସକାଳଖବର): ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ ଇସ୍ତାହାର କମିଟିର ପ୍ରଥମ ବୈଠକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ କଂଗ୍ରେସ ଦଳର ଇସ୍ତାହାରକୁ ଏକ ଜନଇସ୍ତାହାର ଭାବରେ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ବୈଠକରେ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ର, ସୁଦର୍ଶନ ଦାସ, ନଟବର ଖୁଂଟିଆ, ବିସ୍ମୟ ମହାପାତ୍ର, ଶ୍ୟାମ ସୁନ୍ଦର ହାଁସଦା, ଲିୟାକତ ଅଲ୍ଲୀ, ମେରୀ ସୁରୀନ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଇସ୍ତାହାର କମିଟି ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ମହିଳା, କୃଷକ ଇତ୍ୟାଦି ସମାଜର ମୁଖ୍ୟ ବର୍ଗର ପ୍ରତିନିଧିମାନେ ରହିଥିବା ବେଳେ ଅଭିଜ୍ଞ ରାଜନେତା ଏବଂ ବିଶେଷଜ୍ଞମାନେ ମଧ୍ୟ ରହିଛନ୍ତି । ଏହି ୧୦ ଜଣ କମିଟି ସଦସ୍ୟଙ୍କ ବ୍ୟତୀତ ଅନ୍ୟାନ୍ୟ ୧୫ ଜଣଙ୍କୁ ମଧ୍ୟ ଆମନ୍ତ୍ରିତ ସଦସ୍ୟ ଭାବରେ ନିଆଯାଇଛି । ସେମାନଙ୍କ ଭିତରେ ବରିଷ୍ଠ ପ୍ରଶାସକ, ବିଶେଷଜ୍ଞ ଏବଂ ସମାଜକର୍ମୀମାନେ ମଧ୍ୟ ସାମିଲ ହୋଇଛନ୍ତି । ଆଜିର ବୈଠକରେ ଇସ୍ତାହାର ସମ୍ପର୍କରେ ବ୍ୟାପକ ବିଚାର ବିଷଁ କରାଯିବା ସହିତ ବ୍ଲୁପି୍ରଂଟ ସହିତ ଏକ ଇସ୍ତାହାରର ପ୍ରସ୍ତୁତ ହୋଇଛି । କମିଟି ରାଜୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କର ମତାମତ ସଂଗ୍ରହ କରିବ । ଲୋକଙ୍କର ମତାମତ ସଂଗ୍ରହ ପାଇଁ ଏକ ୱେବ୍ସାଇଟ୍ ପ୍ରସ୍ତୁତ ହୋଇ ତା ମାଧ୍ୟମରେ ରାଜ୍ୟ, ଦେଶ ଏବଂ ଦୋ ବାହାରେ ଥବବା ଓଡ଼ିଆ ଲୋକଙ୍କର ପରାମର୍ଶ ଏବଂ ମତାମତ ମଧ୍ୟ ସଂଗୃହୀତ ହେବ । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଥବବା ଅଭିଜ୍ଞ ବ୍ୟକ୍ତି ବିଶେଷ, ବିଶେଷଜ୍ଞ ତଥା ସାମାଜିକ କର୍ମୀମାନଙ୍କ ସହିତ ପୃଥକ ପୃଥକ ଭାବରେ କମିଟି ଆଲୋଚନା କରି ଇସ୍ତାହାର କମିଟି ସହିତ ସେମାନଙ୍କର ମତାମତ ସଂଗ୍ରହ କରିବ । ଓଡ଼ିଶାରେ ଆସନ୍ତା ନିର୍ବାଚନରେ ଇସ୍ତାହାର ବହୁତ ଗୁୁରୁତ୍ୱ ବହନ କରୁଥିବାରୁ ଏହାକୁ ଯଥାଶୀଘ୍ର ପ୍ରକାଶ କରାଯିବାର ନିଷ୍ପତି ନିଆଯାଇଛି । ନିକଟରେ ସମାପ୍ତ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ପ୍ରଭୃତି ରାଜ୍ୟରେ କଂଗ୍ରେସ ଇସ୍ତାହାର ପ୍ରକାଶ ପ୍ରକ୍ରିୟା ଏବଂ ଇସ୍ତାହାରର ବିଷୟବସ୍ତୁଗୁଡ଼ଇକ ସେଠାକାର ନିର୍ବାଚନ ଫଳାଫଳକୁ କଂଗ୍ରେସ ସପକ୍ଷରେ ଆଣିବା କ୍ଷେତ୍ରରେ ବେଶ୍ ଗୁରୁତ୍ୱ ବହନ କରିଥିଲା । ସେହି ଦୃଷ୍ଟିରୁ ଓଡ଼ିଶାର ଇସ୍ତାହାର କମିଟିର କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହିତ ଦଳ ବିଚାର କରୁଛି । ଇସ୍ତାହାରରେ ଯୁବକ, କୃଷକ, ମହିଳା, ଦଳିତ ଏବଂ ଆଦିବାସୀମାନଙ୍କୁ ଗୁରୁତ୍ୱ ଦେବା ପାଇଁ କମିଟି ସୁପାରିଶ କରିଛି ।