ନବୀନ ନିବାସ ଠିକଣାରେ ଚୁଡ଼ି ପଠାଇଲା ବିଜେପି ମହିଳା ମୋର୍ଚ୍ଚା

Jan 21, 2019 - 17:20
 165
ଅନୁଗୋଳ - ୨୦.୦୧.୨୦୧୯ଜବାବ ମାଗୁଛି ଓଡ଼ିଶା- ଜବାବ ମାଗୁଛି ବେବିନା କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଂଗୃହିତ ଚୁଡ଼ି ଶନିବାର ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ଠିକଣାରେ ଡ଼ାକଯୋଗେ ପ୍ରେରଣ କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତମଞ୍ଜରୀ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ଜିଲ୍ଲା ଉପସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ସାଧାରଣ ସଂପାଦିକା ଜୟନ୍ତୀ ପ୍ରଧାନ, ନିହାର ନଳିନୀ ପ୍ରଧାନ, କୋଷାଧ୍ୟକ୍ଷ ସୁଚିସ୍କିତା ତ୍ରୀପାଠୀ, ଜିଲ୍ଳା କମିଟି ସଦସ୍ୟା ମାଧବୀ ମହାପାତ୍ର, ନଗର ସଭାନେତ୍ରୀ କଳ୍ପନା ଦଳବେହେରା, ସରିତା ମିଶ୍ର, ବନ୍ତଳା ମଣ୍ଡଳ ସଭାନେତ୍ରୀ ବିନୋଦିନୀ ସାହୁ ପ୍ରମୁଖ ଅନୁଗୋଳ ମୁଖ୍ୟ ଡ଼ାକଘରୁ ଏହି ଚୁଡ଼ି ପଠାଇଛନ୍ତି । ବେବିନା ଆତ୍ମାର ଶାନ୍ତି ଓ ନ୍ୟାୟପ୍ରାପ୍ତି ଉଦେ୍ଧଶ୍ୟରେ ଗତ ୧୧ ତାରିଖ ଠାରୁ ବିଜେନି ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସ୍ଥାନରେ ପ୍ରାର୍ଥନା ସଭା ସହ ଅଖଣ୍ଡ ଦୀପ ପ୍ରଜ୍ଜଳନ କରାଯାଇଥିଲା । ପ୍ରତିବାଦ ସଭା କରାଯାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ପ୍ରତିବାଦ ସ୍ୱରୁପ ଲାଲ ଚୁଡ଼ିକୁ ଜିଲ୍ଳାର ମହିଳା ନେତ୍ରୀମାନେ ନେଇ ଆସନ୍ତା ୨୧ ତାରିଖରେ ରାଜ୍ୟ ସ୍ତରରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।