ନବକୃଷ୍ଣ ଚୌଧୁରୀ ୧୯୫୦ ମସିହା ମେ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ପ୍ରଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ

May 8, 2018 - 15:34
 592
ନବକୃଷ୍ଣ ଚୌଧୁରୀ ୧୯୫୦ ମସିହା ମେ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ପ୍ରଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ
ଓଡ଼ିଶା ବିଧାନସଭାର ବିବରଣୀ ଓଡ଼ିଆରେ ଲେଖାଯିବା ପାଇଁ ସେ ଉଦ୍ୟମ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ଲାଲମୋହନ ପଟ୍ଟନାୟକ ଏକମତ ହୋଇପାରିନଥିଲେ । ତଥାପି ନିଜ ଲକ୍ଷ୍ୟରେ ଅଟଳ ରହି ନବକୃଷ୍ଣ ବାବୁ ୧୯୫୧ ମସିହା ଫେବୃୟାରୀ ମାସରେ ସରଳ ଓ ସୁନ୍ଦର ଓଡ଼ିଆ ଭାଷାରେ ଲେଖାଯାଇଥିବା ବଜେଟ ବିଧାନସଭାରେ ଉପସ୍ଥାପିତ କରିଥିଲେ । ତାଙ୍କ ସମୟରେ ସେ ଏକ ଇଂରାଜୀ- ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଇଥିଲେ । ନବବାବୁଙ୍କ ଏହି ଉଦ୍ୟମକୁ କେବଳ ଯେ ବାଚସ୍ପତି ବିରୋଧ କରିଥିଲେ ସେକଥା ନୁହେଁ ରାଜ୍ୟ ମୁଖ୍ୟ ଶାସନ ସଚିବ ବ୍ରହ୍ମଦେବ ମୁଖାର୍ଜୀ ମଧ୍ୟ ବିରୋଧ କରିଥିଲେ । ଏହାଦ୍ୱାରା ଦେଶର ମହାଲେଖାପାଳଙ୍କ ସହ ପତ୍ରବିନିମୟରେ ସମସ୍ୟା ହେବ ବୋଲି ମୁଖ୍ୟ ସଚିବ ଦର୍ଶାଇଥିଲେ । ତଥାପି ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଏବଂ ଓଡ଼ିଆ ଟାଇପରାଇଟର ପାଇଁ ରେମିଙ୍ଗଟନ କଂପାନୀକୁ ବରାଦ ଦେଇଥି