ଧାରଣାରେ ବସିଛନ୍ତି ଶିକ୍ଷକ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

Sep 15, 2023 - 04:53
 64
ଧାରଣାରେ ବସିଛନ୍ତି ଶିକ୍ଷକ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ
ସୋର : ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ସାମୂହିକ ଛୁଟିରେ ରହି ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେଉଁଥିପାଇଁ ବିଦ୍ୟାଳୟ ଗୁଡ଼ିକରେ ତାଲା ଝୁଲିବା ସହିତ ପାଠ ନପଢ଼ି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଫେରିଥିବା ଦେଖିବାକୁ ମିଳିଛି । ତେବେ କିଛି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଛି ପାଠପଢ଼ା । ସୋର ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋର ବ୍ଲକର ପ୍ରାଥମିକ ଶୋକ୍ଷକ ମାନେ ଧାରଣାରେ ବସିଛନ୍ତି । ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ଓ ୬ଟି ଜାତୀୟ ବେତନ ବୃଦ୍ଧି ସହିତ ଏକ୍ସ-କ୍ୟାଡର କଳା ଓ ଖେଳ ଶିକ୍ଷକଙ୍କୁ ନିୟମିତ କରିବା । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହରରେ ବେତନ ପ୍ରଦାନ କରିବା ଏବଂ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା । ଏହି ୩ଟି ଦାବିକୁ ନେଇ ପୂର୍ବରୁ ଅନେକଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସରକାରଙ୍କ ତରଫରୁ କୌଣସି କାର୍ଯ୍ୟକାରୀ ହୋଇନାହିଁ । ତେଣୁ ସଙ୍ଘ ସମ୍ପାଦକ ରମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସୋର ଶାଖା ପକ୍ଷରୁ ସୋର ବ୍ଲକର ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସୋର ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିଛନ୍ତି । ଦାବି ପୂରଣ ସହିତ ଲିଖିତ ପ୍ରତିଶ୍ରୁତି ମିଳିଲେ ଧାରଣାରୁ ଉଠିବେ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି ।