ଦେଶ ବିରୋଧୀ କାର୍ଯ୍ୟ କରିଥିଲେ ପୁଅକୁ ଦଣ୍ଡ ମିଳୁ

Aug 7, 2018 - 18:26
 164
ଦେଶ ବିରୋଧୀ କାର୍ଯ୍ୟ କରିଥିଲେ ପୁଅକୁ ଦଣ୍ଡ ମିଳୁ
ଭୁବନେଶ୍ୱର, ୭/୮(ସକାଳକବର): ଲସ୍କର- ଇ- ତୋଏବା ଲିଙ୍କ୍୍ ରେ ଏନଆଇଏ ଦ୍ୱାରା ଦିଲ୍ଲୀ ଇନ୍ଦିରାଗାନ୍ଧି ବିମାନବନ୍ଦରରୁ ଗିରଫ ହୋଇଥିବା ଓଡିଆ ଯୁବକ ହବିବୁର ରେହମାନ ଯଦି ଦେଶ ବିରୋଧୀ କାର୍ଯ୍ୟ କରିଥାଏ ତାହାଲେ ସେ ଦଣ୍ଡ ପାଇବା ଜରୁରୀ । ଯଦି ମୁଁ ଏଥିରେ ସାହାଯ୍ୟ କରିଥାଏ ମତେ ମଧ୍ୟ ଦଣ୍ଡ ଦିଆଯାଉ । ମୋ ପାଇଁ ଦେଶ ବଡ , ଗାଁ ବଡ ବୋଲି ଗିରଫ ଯୁବକ ହବିବୁରର ପିତା ମୀର ରହିନଉଦ୍ଧିନ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଗିରଫ ହୋଇଥିବା ପୁଅ ହବିବୁର ୩୦ ବର୍ଷ ତଳୁ ଘରୁ ଯାଇଛି । ମୁମ୍ବାଇ ଯାଇ ସେ ଓଲ୍ଡିଂ ମେକାନିକ୍ ଭାବେ କାମ କରୁଥିଲା । ତାର ୨ଟି ସ୍ତ୍ରୀ ଓ ୨ ପିଲା ଅଛନ୍ତି । ୨୦୦୬ରେ ସେ ଶେଷ ଥର ପାଇଁ ଗାଁକୁ ଆସି ସାନ ଭାଇର ବିବାହରେ ଯୋଗ ଦେଇଥିଲା । ତା ପରଠାରୁ ତା ସହିତ କୌଣସି ଯୋଗାଯୋଗ ନାହିଁ । ମୁମ୍ବାଇରେ ସେ କାହା ସହିତ ମିଶିଲା ,କେମିତି ସାଉଦି ଆରବ ଗଲା ଓ ନଇମ ସହିତ ତାହାର କେମିତି ସାକ୍ଷାତ ହେଲା ସେସମ୍ପର୍କରେ ଆମେ ଜାଣିନାହୁଁ । ତଦନ୍ତ କାର୍ଯ୍ୟରେ ଆମ ପରିବାର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ହବିବୁରର ବାପା ଓ ସାନ ଭାଇ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି କେନ୍ଦ୍ରପଡାର ଯୁବକ ହବିବୁର ରେହମାନ୍ ଓରଫ୍ ହବିବ୍ ଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା ଲିଙ୍କ୍ ରେ ଏନ୍ଅ ।ଇଏ ଗିରଫ କରିଥିଲା । ହବିବ୍ ନାଁରେ ପୂର୍ବରୁ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପକ୍ଷରୁ ଜାମିନ୍ ବିହିନ ଗିରଫ ପରୱାନା ଜାରି କରାଯାଇଥିଲା ।