ଥାନା ସମ୍ମୁଖରେ ଜବତ ଗାଡ଼ି ପାର୍କିଂ

Jun 25, 2018 - 19:08
 228
କଟକ,୨୫ା୬(ସକାଳଖବର): ବାଦାମବାଡ଼ି ଥାନା ସମ୍ମୁଖରେ ବେଆଇନ ଭାବେ ରହିଥିବା ଗାଡ଼ିଗୁଡିକ ହଟାଇବା ଦିଗରେ କଣ ପଦକ୍ଷେପ ନିଆଯାଇଛି, ସେ ସଂକ୍ରାନ୍ତ ଆସନ୍ତା ୬ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବାଦାମବାଡ଼ି ଥାନା ସମ୍ମୁଖରେ ଶହଶହ ଜବତ ଗାଡ଼ିକୁ ବେଆଇନ ଭାବେ ରଖାଯାଇଛି । ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଦୁର୍ଘଟଣା ଘଟୁଥିବାବେଳେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ଏହି ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ଆଇଜି, ପୁଲିସ କମିସନର, ଡିସିପି ଓ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଏହି ମାମଲାରେ କୋର୍ଟ ପକ୍ଷରୁ ପଦକ୍ଷେପ ନେବା ପାଇଁ ପୂର୍ବରୁ ତିନିତିନି ଥର ନିଦେ୍ର୍ଧଶ ହୋଇଥିବାବେଳେ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହି । ୧୯୮୮ ମସିହାରେ ଏଠାରେ ଟ୍ରାଫିକ ଟାୱାର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଥାନା ପାଇଁ ବ୍ୟବହାର କରାଯାଉଛି । ଏହି ମାମଲାକୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।