ତିତ୍ଲୀ ଯୋଗୁଁ ଅନୁଗୁଳ ପ୍ରଭାବିତ

Oct 13, 2018 - 18:10
 176
ତିତ୍ଲୀ ଯୋଗୁଁ ଅନୁଗୁଳ ପ୍ରଭାବିତ
ଅନୁଗୋଳ, ୧୨/୧୦ (ସକାଳଖବର): ଅନୁଗୋଳରେ ଦେଖିବାକୁ ମିଳିଛି ସୁପର ସାଇକ୍ଲୋନ “ତିିତ୍ଲି”ର ପ୍ରଭାବ । ବାତ୍ୟା ସିନା ଟଳିଯାଇଛି ହେଲେି ବନ୍ୟାଜଳରେ ଉବୁଡ଼ୁବୁ ହୋଇ ପଡ଼ିଛି ୫୦ରୁ ଉଦ୍ଧ୍ୱର୍ ଗାଁ । ଆଉ ଚାଳ ଛପର ଘର ଭାଙ୍ଗି ଯାଇଥିବା ବେଳେ ରାସ୍ତା ଉପରେ ୫ଫୁଟର ଜଳ ପ୍ରବାହିତ ହୋଇ ରାସ୍ତା ଭାଙ୍ଗିବା ଯୋଗୁଁ ଯାତାୟତ ଠପ ହୋଇ ପଡ଼ିଛି । ଅନୁଗୋ-କଟକ ରାସ୍ତାର ମହୀଧରପୁର ପୋଲ ଉପରେ ୫ଫୁଟର ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଏଥିସହ ଶହ ଶହ ଏକର ଚାଷ ଜମି ବନ୍ୟାଜଳରେ ବୁଡ଼ି ଯାଇଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକର ବନ୍ତଳା ଅଞ୍ଚଳରେ । ସୂଚନା ଯେ ତିତ୍ଲି ପ୍ରଭାବରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦ ଘଣ୍ଟାଧରି ବର୍ଷା ଲାଗି ରହିଥିଲା । ଜିଲାରେ ମୋଟ ୬୩୧ ମିଲି ମିଟର ବର୍ଷା ହୋଇଥିବା ବେଳେ ତାଳଚେରରେ ସର୍ବାଧିକ ୧୨୦ ମିମି ବର୍ଷା, ବଅଁରପାଳରେ ୯୧.୬, କିଶୋରନଗରରେ ୮୭.୪, ଅନୁଗୋଳରେ ୮୭.୨ ଆଠମଲ୍ଲିକରେ ୭୬.୪, ଛେଣ୍ଡିପଦାରେ ୭୫.୪, କଣିହାଁରେ ୪୯.୦ ଓ ପାଲଲହଡ଼ାରେ ୪୪.୦ମିମି ବର୍ଷା ହୋଇଥିବା ରେକଡର଼୍ରୁ ଜଣାପଡ଼ିଛି । ତେବେ ଏହା ପ୍ରଭାବରେ ଜିଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନାରୁ ଜଣାଯାଇଛି । ସୁଚନା ମୁତାବକ ବନ୍ତଳା ଅଞ୍ଚଳର ବନ୍ତଳା, ମଧପୁର, ମାଧପୁର, ବାରଗୌଣିଆ, ମାଧପୁର ଜଙ୍ଗଲ, ଇଙ୍କରବନ୍ଧ, ଜାମୁଣ୍ଡା, ବଲାସିଂହା, ତଳଗଡ଼, ଧୋକୁଟା, ଗୋପାଳପୁର, ବଡ଼କନ୍ତକୂଳ ଆଦି ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋଇ ଗମନାଗମନ ବିଚ୍ଛିନ୍ନ ହେବା ସହ ଅନେକ ଚାଳଘର ଭାଙ୍ଗିଯାଇଛି । ଏଥିସହ ଶହ ଶହ ଏକର ଚାଷଜମିରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଧାନ ଫସଲ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଯଦ୍ୱାରା ଧାନ ଫସଲ ଉଜୁଡ଼ି ଯାଇଛି । ଏଥିସହ ରାସ୍ତା ଉପରେ ୨ଫୁଟ ଉଚ୍ଚର ଜଳ ପ୍ରବାହ ଯୋଗୁଁ ଅନେକ ରାସ୍ତା ଭାଙ୍ଗି ଯାଇଛି । ଏଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ସମେତ ଅଧିକାରୀ, କର୍ମଚାରୀ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚô ଥିବା ଜଣାଯାଇଛି ।