“ବାଏ ବ୍ୟାକ” ମାଧ୍ୟମରେ ନାଲକୋ ଅଂଶଧନ ପ୍ରତ୍ୟାହାରକୁ ବିରୋଧ
ଅନୁଗୋଳ,୧୩/୧୦ (ସକାଳଖବର): କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟ ନିଷ୍ପତ୍ତିକ୍ରମେ ଗତ ୧୬ ତାରିଖ ଦିନ ନାଲକୋ ନାଲକୋ ବୋଡର଼୍ ମିଟିଙ୍ଗରେ ବାଏ ବ୍ୟାକ ମାଧ୍ୟମରେ ସରକାରଙ୍କ ୩.୪୮ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହି ବାଏ ବ୍ୟାକ ପ୍ରଥାକୁ ବିରୋଧ କରି ଆଜି ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ସକାଳ ୮ ଘଟିକାବେଳେ ଶତାଧିକ କର୍ମଚାରୀ ପଦଯାତ୍ରାରେ କାରଖାନାରୁ ବାହାରି ପ୍ରଶାସନ ପାଖକୁ ଯାଇଥିଲା ଏବଂ ସିଏମଡ଼ିଙ୍କ ଉଦେ୍ଧଶ୍ୟରେ କାର୍ଯ୍ୟ ନିର୍ବାହୀ ନିଦେ୍ର୍ଧଶକ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ବାଏ ବ୍ୟାକକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଦେଇଛି । ଏବଂ ନାଲକୋକୁ ଘରୋଇ କରଣ କରିବା ପାଇଁ ଏହା ଏକ ବଡ଼ ଚିନ୍ତା ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ସୂଚନା କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ନିଷ୍ପତ୍ତିକ୍ରମେ ନାଲକୋ ବୋଡର଼୍ ବୈଠକରେ ବାଏ ବ୍ୟାକ ପ୍ରଚଳନ ନେଇ ନିଷ୍ପତ୍ତି କରାଯାଇଛି । ଏହାଦ୍ୱାରା ନାଲକୋରୁ ଗଛିତଥିବା ୫୦୪ କୋଟି ଟଙ୍କା ଅଂଶଧନ ପ୍ରତ୍ୟାହାର କରିନେବେ । ଆଉ ବିଗତ ବର୍ଷ ୨ ଅଂଶ ଓ ୨୦୧୮ ମଧ୍ୟ ପୁଞ୍ଜି ପ୍ରତ୍ୟାହାର କରିବା ଯୋଜନା କରି ବାଏ ବ୍ୟାକ ମାଧ୍ୟମରେ ୫୬.୪୯ ପ୍ରତିଶତରେ ପହଞ୍ଚô ସାରିଛନ୍ତି । ଯଦି ପୁଣି ୩.୪୮ ପ୍ରତିଶତ ଅଂଶଧନ କରାଯାଏ ତେବେ ତାହା ୫୩.୧୦ ପ୍ରତିଶରତ ଖସି ଆସିବ । ଆଗରୁ ମଧ୍ୟ ଏ ବ୍ୟବସ୍ଥାକୁ କର୍ମଚାରୀ ବାରମ୍ବାର ଆନେ୍ଦାଳନ ମାଧ୍ୟମରେ ବିରୋଧ କରିଥିଲେ । ତଥାପି ମଧ୍ୟ ସରକାର ପୁଣି ଏହି ପ୍ରକି୍ରୟା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଆଲୁମିନିୟମ ମଜଦୁର ସଂଘ ଅଭିଯୋଗ କରିବା ସହ ଦୃଢ଼ ବିରୋଧ କରିଛି । ଏହି ପଦଯାତ୍ରାରେ ସଂଘ ସଭାପତି ରମେଶ ବେହେରା, ସାଧାରଣ ସଂପାଦକ ସୁବାସ ସାହୁ, ନୃସିଂହ ଚରଣ ବେହେରା, ଶିବରାମ ସେଠୀ, ନେହେରୁ ସାହୁ, ସଞ୍ଜୟ ଦେହୁରୀ, ବରୁଣ ବେହେରା, ସମର ସାହୁ, ବିଜୟ ରାଉତଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ ।