ତଦନ୍ତରେ ବିଳମ୍ବ ନେଇ ଅଦାଲତ ଅବମାନନା ମାମଲା

Jun 20, 2018 - 20:28
 181
କଟକ,୨୦ ।୬(ସକାଳଖବର): ଲାଲବାଗ ଥାନା ଇନ୍ସପେକ୍ଟର ଓ ତଦନ୍ତକାରୀ ଅଧିକାରୀ ଏକ ମାମଲାରେ ତଦନ୍ତରେ ବିଳମ୍ବ କରିବା ନେଇ ଦାୟର ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ମଙ୍ଗଳବାର ତତକାଳୀନ ଆଇଆଇସି ଦେବଦତ୍ତ ବରାଳ ଓ ତଦନ୍ତକାରୀ ଅଧିକାରୀ ଲମ୍ବୋଧର ମାଝି ଜବାବ ଦାଖଲ କରି ଉକ୍ତ ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଛି ବୋଲି ଦର୍ଶାଇଥିଲେ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମାକୁ ଉଲଘଂନ କରିବା ନେଇ ଆବେଦନକାରୀ ଆଇନଜୀବୀ ବଂଶୀଧର ବାଉଗ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ । ଏତଲା ପଞ୍ଜିକୃତ କରିବାର ୧୫ଦିନ ମଧ୍ୟରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ରହିଛି । କିନ୍ତୁ ଲାଲବାଗ ଥାନା ଏତଲା ପାଇବା ପରେ ଘଟଣାର ତଦନ୍ତ କରିବାରେ ବିଳମ୍ବତାକୁ ନେଇ ଆବେଦନକାରୀ ଆଇନଜୀବୀ ବଂଶୀଧର ବାଉଗ ଏହି ମାମଲା ରୁଜୁ କରିଥିଲେ ।