କୁନ୍ଦୁଲି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇରେ

May 15, 2018 - 14:18
 171
କଟକ,୧୫ା୫(ସକାଳଖବର): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ ମାମଲା ଉପରେ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି ୩ଟି ମାମଲାରେ ତଦନ୍ତ ନେଇ ଜୁନ ୨୦ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ଘଟଣା ସଂପର୍କରେ କେତୋଟି ତଦନ୍ତ ହୋଇଛି, ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୋର୍ଟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ଏହି ଘଟଣାରେ ୪ଟି ତଦନ୍ତ ହୋଇଛି, କିନ୍ତୁ ଫଳ ଶୂନ । ତଦନ୍ତ ସରିବା ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀ ଓ କ୍ରାଇମବ୍ରାଞ୍ଚ ଏସପି ଗଣମାଧ୍ୟମରେ ବୟାନବାଜି କରି ପୀଡିତାଙ୍କ ଅଭିଯୋଗ ମିଥ୍ୟା ଓ ଧର୍ଷଣ ହୋଇନାହି ବୋଲି କହିଥିଲେ । ଏ ତଥ୍ୟ ରଖିବା ପରେ ରାଜ୍ୟ ସରକାରଙ୍କ ଠାରୁ ଏକ ନିରପେକ୍ଷ ତଦନ୍ତ ଆଶା କରାଯାଏନାହି ବୋଲି ଶ୍ରୀ ଆଚାର୍ଯ୍ୟ ଯୁକ୍ତି ବାଢିଥିଲେ । ତେବେ ଆବେଦନକାରୀମାନେ ଜୁଲାଇ ୩ ପୂର୍ବରୁ ପ୍ରତି ଜବାବ ରଖିବା ପାଇଁ କୋର୍ଟ ଆଦେଶ ଦେଇ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ମାସ ୩ତାରିଖରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି ।