ଠାବ ହେଲା ସନ୍ଦିଗ୍ଧ ପାରା, ଗୋଡରେ ଲାଗିଛି ଚିପ୍

Mar 9, 2023 - 05:05
 25
ଠାବ ହେଲା ସନ୍ଦିଗ୍ଧ ପାରା, ଗୋଡରେ ଲାଗିଛି ଚିପ୍
ପାରାଦୀପ: ମଝି ସମୁଦ୍ରରୁ ଠାବ ହୋଇଛି ସନ୍ଦିଗ୍ଧ ପାରା । ପାରାଦୀପର ସମୁଦ୍ର ମଝିରୁ ଏହି ପାରାକୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ଏହି ଧଳାପାରା ଡଙ୍ଗାରେ ଆସି ବସିବା ପରେ ମତ୍ସ୍ୟଜୀବୀଙ୍କ ସନ୍ଦେହ ହୋଇଥିଲା । ପାରା ଗୋଡରେ ଏକ ଚିପ ଲାଗିଛି, ଯାହାକୁ କ୍ୟାମେରା ବୋଲି ସନ୍ଦେହ କରାଯାଉଛି । ଡେଣାରେ ବିଦେଶୀ ଭାଷା ଲେଖାଯାଇଛି । ମତ୍ସ୍ୟଜୀବୀ ପାରାକୁ ଧରି ମେରାଇନ ଥାନାକୁ ହସ୍ତାନ୍ତର କରିଛନ୍ତି । ଧରାପଡିଥିବା ପାରା ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି । ମେରାଇନ ଥାନା ପୁଲିସ ଏ ନେଇ ଛାନଭିନ ବି ଆରମ୍ଭ କରିଛି । ବର୍ତମାନ ପାରାକୁ ପାରାଦୀପ ମେରାଇନ ଥାନାରେ ରଖାଯାଇଛି । ତେବେ ପାରା ଦେହରେ କଣ ଲେଖାଯାଇଛି ସେନେଇ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଗୋଡରେ ଲାଗିିଥିବା ଚିପ ନେଇ ନେଇ ଏସଏଫଏସଏଲରେ ପରୀକ୍ଷା କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି ରାହୁଲ ପି ଆର ।