ଟାଟା ଷ୍ଟିଲ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୧୮ ପାଳନ

Jun 6, 2018 - 14:06
 188
ଟାଟା ଷ୍ଟିଲ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୧୮  ପାଳନ
ଭୁବନେଶ୍ୱର, ୬/୬: ଟାଟା ଷ୍ଟିଲ୍ ପକ୍ଷରୁ ଏକ ନିରନ୍ତର ଭବିଷ୍ୟତ ଗଠନ କରିବା ପାଇଁ ଏହାର ବିଭିନ୍ନ କାରଖାନା, ସ୍ଥାନ ଓ ଡିଭିଜନରେ ୟୁଏନ୍ର ୨୦୧୮ ବିଷୟବସ୍ତୁ “ବିଟ୍ ପ୍ଲାଷ୍ଟିକ୍ ପଲୁ୍ୟସନ (ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପରାହତ କରନ୍ତୁ)କୁ ନେଇ ବିଶ୍ୱ ପରିବେଶ ଦିବସ ୨୦୧୮ ପାଳନ କରାଯାଇଛି । ଏହି ଅବସରରେ କଂପାନି ପକ୍ଷରୁ “ବ୍ରେକ୍ ଅପ୍ ୱିଥ୍ ପ୍ଲାଷ୍ଟିକ୍’ ନାମକ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ଉଦେ୍ଧଶ୍ୟ ହେଉଛି ରିସାଇକଲ୍ ହୋଇପାରୁନଥିବା ପ୍ଲାଷ୍ଟିକ୍ ବଦଳରେ ପରିବେଶ ମିତବ୍ୟୟୀ ଉପକରଣ ବ୍ୟବହାର କରିବା ନିମନ୍ତେ ଗୋଷ୍ଠୀ ସଚେତନତା ସୃଷ୍ଟି କରିବା । ପରିବେଶ ସୁରକ୍ଷା, ଉନ୍ନତି ଓ ସଚେତନତା କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରଦର୍ଶନ କରିଥିବାରୁ ବଡ଼ ଶିଳ୍ପ ବର୍ଗରେ ଟାଟା ଷ୍ଟିଲ୍କୁ ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଜେଏସ୍ପିସିବି) ଓ ଜଙ୍ଗଲ ପରିବେଶ ଓ ପାଣିପାଗ ପରିବର୍ତନ ବିଭାଗ ପକ୍ଷରୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କଠାରୁ ଟାଟା ଷ୍ଟିଲ୍ର ଉପସଭାପତି- ସୁରକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା ଶ୍ରୀଯୁକ୍ତ ସଂଜୀବ ପଲ୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପରିବେଶ ସଚେତନତା ପ୍ରତି ଯୋଗଦାନ ପାଇଁ ସ୍ୱୀକୃତି ମିଳିବା କୃତଜ୍ଞତାର ବିଷୟ । ଏଭଳି ପୁରସ୍କାର୍ରମେକୁ ଆଗାମୀ ଦିନରେ ନୂତନ ଉତ୍ସାହର ସହିତ କାମ କରିବାକୁ ପ୍ରେରିତ କରିବ ବୋଲି ଶ୍ରୀ ପଲ୍ କହିଛନ୍ତି । ରାଂଚିର ହଟୱାର୍ରେ ଥିବା ଖେଲ୍ଗାଓଁ ଷ୍ଟାଡିୟମ୍ରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସେଥିରେ ଟାଟା ଷ୍ଟିଲ୍ ଅଂଶଗ୍ରହଣ କରିଛି । କଂପାନି ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯାଇଥିବା ଡବ୍ଲୁ୍ୟଇଡି ୨୦୧୮ ପ୍ରଦର୍ଶନୀରେ ମଧ୍ୟ ଭାଗ ନେଇଛି । ଏହାକୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଧନ ଉଦ୍୍ଘାଟନ କରିଛନ୍ତି । ଟାଟା ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ କଳିଙ୍ଗ ନଗର, ନୂଆମୁଣ୍ଡିର ଓର, ମାଇନ୍ସ ଆଣ୍ଡ କ୍ୱାରି (ଓଏମ୍କୁ୍ୟ), ୱେଷ୍ଟ୍ ବୋକାରୋ ଡିଭିଜନ, ଝରିଆ ଡିଭିଜନ୍ ଓ ଯୋଡ଼ା, ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ୱ ପରିବେଶ ଦିବସକୁ ପାଳନ କରାଯାଇଛି ।