ଜୟପୁର ନର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ଗ୍ରୀଷ୍ମବକାଶ ପରେ

Apr 26, 2018 - 06:46
 147
ଜୟପୁର ନର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ଗ୍ରୀଷ୍ମବକାଶ ପରେ
କଟକ,୨୫ା୪: ୨୦୧୪ ଜୟପୁର ବିଧାନସଭା ନିବାଚନୀ ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁନ ମାସ ୨୦ତାରିଖରେ ବିଚାର ପାଇଁ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଅର୍ଡର ୭, ରୁଲ ୧୧ ଅନୁସାରେ ବିଧାୟକଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନ ଖାରଜ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ୪ସପ୍ତାହ ପର୍ଯ୍ୟନ୍ତ ରହିତାଦେଶ ଜାରୀ କରିଥିଲେ । ତେବେ ଏବେ ବି ଏହି ମାମଲା ଉପରେ ସୁପ୍ରିମକୋର୍ଟରେ ରହିତାଦେଶ ବଳବତ୍ତର ରହିଛି । ତେବେ ଅକ୍ଟୋବର ମାସ ୯ତାରିଖରେ ବିଧାୟକଙ୍କ ପିଟିସନକୁ କୋର୍ଟ ଖାରଜ କରିଥିଲେ । ତେବେ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପରାଜିତ ବରିଷ୍ଠ ବିଜେଡ଼ି ପ୍ରାର୍ଥୀ ରବି ନନ୍ଦ ବିଜୟୀ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରାର୍ଥôପତ୍ର ଦାଖଲ ବେଳେ ଅନେକ ତଥ୍ୟ ଲୁଚାଇଥିବା ଓ ନିର୍ବାଚନରେ କେତେକ ଅନିୟମିତତା ହୋଇଥିବା ଦର୍ଶାଇ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବାବେଳେ ବିଧାୟକ ଅର୍ଡର ୭, ରୁଲ ୧୧ ଅନୁସାରେ ଏକ ପିଟିସନ ଦାୟର କରି ମାମଲା ଗ୍ରହଣଯୋଗ୍ୟ ନୁହେ ବୋଲି ପୂର୍ବରୁ ରୁଜୁ ହୋଇଥିବା ନିର୍ବାଚନ ପିଟିସନକୁ ଖାରଜ କରାଯାଉ ବୋଲି ସେ ଆବେଦନ କରିଥିଲେ । ଶ୍ରୀ ନନ୍ଦଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଡ଼ଭୋକେଟ ବିଦ୍ୟାଧର ମିଶ୍ର ପରିଚାଳନା କରୁଥିବା ବେଳେ ଆଇନଜୀବୀ ତରଣିକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ସହାୟତା କରୁଛନ୍ତି । ସେହିପରି ବିଧାୟକ ତାରାବାହିନୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।