ପ୍ରୟାଗ ଗ୍ରୃପ ମାମଲାରେ ସିବିଆଇ ନେଲା ମହଲତ

Apr 26, 2018 - 06:44
 167
କଟକ,୨୫ା୪(ସକାଳଖବର): ପ୍ରୟାଗ ଗ୍ରୃପ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ବାସୁଦେବ ବାଗଚୀ ଓ ତାଙ୍କ ପୁଅ ଅଭିକ ବାଗଚୀ ପୃଥକ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ସିବିଆଇ ମହଲତ ନେବାରୁ ଏହି ମାମଲାରେ ଆସନ୍ତା ୧୦ତାରିଖରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ସିବିଆଇ ଏହି ଘଟଣାରେ ୨୦୧୪, ମେ ମାସରେ ତଦନ୍ତ ଆରମ୍ଭ କରିଥିଲା । ଏହି ସଂସ୍ଥା ଜମାକାରୀଙ୍କୁ ଆକର୍ଷିତ କରି ଅଧିକ ସୁଧ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୨,୮୬୨ କୋଟି ଟଙ୍କା ଠକେଇ କରିଥିଲା । ଏହି ଅଭିଯୋଗରେ ସିବିଆଇ ଉଭୟ ବାପ ଓ ପୁଅକୁ ୨୦୧୭, ମାର୍ଚ୍ଚ ମାସ ୧୫ତାରିଖରେ ଗିରଫ କରିଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।