ଜିଲାପାଳ ଅଫିସ ଘେରିଲା ମହିଳା କଂଗ୍ରେସ
ଅନୁଗୋଳ,୧୯/୧(ସକାଳଖବର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିଙ୍କ ନିଦେ୍ର୍ଧଶକ୍ରମେ ଆଜି ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ଛାତ୍ରୀ ପ୍ରସବ ଘଟଣା ଓ ନବଜାତ ଶିଶୁର ମୃତ୍ୟୁକୁ ନେଇ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଓ ସଚିବଙ୍କ ବହିଷ୍କାର ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଥିଲେ । ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତାରାଣୀ ଧରଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମି ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଯେ ରାଜ୍ୟରେ ମହିଳା ମାନଙ୍କ ପ୍ରତି ହିଂସା, ଅତ୍ୟାଚାର, ନିର୍ଯ୍ୟାତନା, ଧର୍ଷଣ ବୃଦ୍ଧିପାଇବାରେ ଲାଗିଛି । ମାତ୍ର ରାଜ୍ୟ ସରକାର ମହିଳା ମାନଙ୍କୁ ସଦାସର୍ବଦା ଉପେକ୍ଷା କରିଚାଲିଛନ୍ତି ଯାହାକି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର ଏକ ଅବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ମନ୍ତ୍ରୀ, ଜିଲ୍ଲାପାଳ, କିମ୍ବା ବିଭାଗୀୟ ସଚିବ କେହିହେଲେ ଛାତ୍ରୀର ପରିବାର ଘରକୁ ଭେଟି ନାହାଁନ୍ତି ଯାହାକି ଏକ ନିନ୍ଦାର ବିଷୟ ଏପରିକି ଜନ୍ମ ହୋଇଥିବା ନବଜାତ ଶିଶୁଟିକୁ ମଧ୍ୟ ଚିକିତ୍ସା ଅବହେଳା କରିବାରୁ ସେ ମଧ୍ୟ ବଞ୍ଚିପାରିଲା ନାହିଁ । ଏହି ଘଟଣା ରାଜ୍ୟବାସୀଙ୍କ ପ୍ରତି ଅସମ୍ମାନ ହେବା ସହ ମୁଖ୍ୟମନ୍ତ୍ରୀ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ପ୍ରତିମା ମଲ୍ଲିକ ଯୋଗ ଦେଇ ତୀବ୍ର ଭର୍ସନା କରିଥିଲେ । ଏହି ଘେରାଉ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ବିରଞ୍ଚି ଧର, ଉତ୍ତମ ସାହୁ, ବଂଶୀଧର ପ୍ରଧାନ, ତପନ ପ୍ରଧାନ, ନିଲକମଲ ସେଠୀ, ଅଳକାରାଣୀ ମହାପାତ୍ରଙ୍କ ସମେତ ହୁ କଂଗ୍ରେସ କର୍ମି ଅଂଶଗ୍ରହଣ କରିଥିଲେ ।