ଚିଟଫଣ୍ଡ କମିଶନ୍ଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

Feb 2, 2019 - 18:19
 172
ଭୁବନେଶ୍ୱର,୨/୨(ସକାଳଖବର): ରାଜ୍ୟ ସରକାର ଚିଟଫଣ୍ଡ କମିଶନ୍ ଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଛନ୍ତି । ଏସମ୍ପର୍କରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଚିଟଫଣ୍ଡ ମାମଲାର ତଦନ୍ତ ପାଇଁ ୨୦୧୫ ଫେବୃଆରୀ ୫ ତାରିଖରେ ନିଯୁକ୍ତ ହୋଇଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ୍ . ଏମ୍ ଦାଶଙ୍କ କାର୍ଯ୍ୟକାଳକୁ ୪୮ ମାସରୁ ୫୪ ମାସକୁ ବୃଦ୍ଧି କରାଯାଇଛି । ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବାରୁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଜଷ୍ଟିସ୍ ଏମ୍ .ଏମ୍ ଦାଶଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୪ ତାରିଖରେ ଶେଷ ହେବାକୁ ଥିଲା ।