ଚିଟଫଣ୍ଡ: ଅରୁଣ ଓ ଅତନୁଙ୍କୁ ପୁଣି ସମନ କରିବ ସିବିଆଇ

Jan 31, 2019 - 18:24
 153
ଚିଟଫଣ୍ଡ: ଅରୁଣ ଓ ଅତନୁଙ୍କୁ ପୁଣି ସମନ କରିବ ସିବିଆଇ
ଭୁବନେଶ୍ୱର,୩୧/୧(ସକାଳଖବର): ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍ ଅଭିଯୋଗରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ପୁଣି ସମନ୍ କରିବ । ସିବିଆଇ ନିକଟରେ ହାଜର ହେବା ପାଇଁ ଉଭୟଙ୍କୁ ପ୍ରଥମେ ନୋଟିସ୍ କରାଯାଇଥିଲେ ହେଁ ସେମାନେ ହାଜର ହୋଇନଥିଲେ ।ତେଣୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଜଣକୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ ହାଜର ହେବାକୁ କୁହାଯାଇଥିଲା ।