ଗୌର ଘୋଷ ଓ ପାର୍ବତୀ ଘୋଷ ସ୍ମରଣିକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

Aug 10, 2018 - 20:06
 196
ଭୁବନେଶ୍ୱର,୧୦/୮ (ସକାଳଖବର): ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଗୌର ପ୍ରସାଦ ଘୋଷ ଓ ପ୍ରଖ୍ୟାତ ଅଭିନେତ୍ରୀ ସ୍ୱର୍ଗତା ପାର୍ବତୀ ଘୋଷଙ୍କ ସ୍ମୃତିରେ ପ୍ରକାଶିତ ୨ ଟି ସ୍ମରଣିକାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟ ଠାରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଅବସରରେ ସ୍ୱର୍ଗତ ଗୌର ଘୋଷ ଓ ପାର୍ବତୀ ଘୋଷଙ୍କ ଦୁଇ ଝିଅ , ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।