ଖୁଦୁୁରୁକୁଣୀ ଓଷା ଆରମ୍ଭ

Sep 2, 2018 - 07:21
 163
କଟକ,୨ା୯(ସକାଳଖବର): ଓଡ଼ିଶାର ପୁରପଲ୍ଲୀରେ ଆଜି ଆରମ୍ଭ ହୋଇଛି ଭଉଣୀମାନଙ୍କ ବ୍ରତ ଖୁଦୁରୁକୁଣୀ ଓଷା । ପ୍ରବାସରେ ଥିବା ଭାଇମାନଙ୍କ ଶୁଭମନାସୀ କେଉଁ ଆବହମାନ କାଳରୁ ରାଜ୍ୟରେ କୁମାରୀ ବ୍ରତଧାରିଣୀ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି । ଭାଦ୍ରବ ମାସର ପ୍ରତି ରବିବାର ସଂଧ୍ୟାରେ ଏହି ଓଷା ପାଳନ କରାଯାଇଥାଏ । ଆଜି ପ୍ରଥମ ପାଳି ଖୁଦୁରୁକୁଣୀ ପାଇଁ କଟକ ସହର ଉପକଣ୍ଠ ମହାନଦୀ ଓ କାଠଯୋଡ଼ି ନଦୀ କୂଳରେ କୁମାରୀମାନେ ରୁଣ୍ଡ ହୋଇ ବାଲୁଙ୍କା ପୂଜା କରି ବ୍ରତ ଧାରଣ କରିଥିଲେ । ନଦୀରେ ସ୍ାନ ସାରି ିବିଭିନ୍ନ କିସମ ଫୁଲରେ ବାଲୁଙ୍କା ପୂଜା କରିଥିଲେ । ପ୍ରଥମ ପାଳିରେ ଠାକୁରାଣୀଙ୍କୁ ଚାଉଳ ଭଜା ନୈବେଦ୍ୟ ଅର୍ପଣର ବିଧି ରହିଛି । ବାଣିଜ୍ୟ ପାଇଁ ସାଧବ ପୁଅଙ୍କ ନୌଯାତ୍ରା ଓ ସେମାନଙ୍କ ଅନୁପସ୍ଥିତିରେ ଭାଉଜଙ୍କ ଦ୍ୱାରା ନଣନ୍ଦକୁ ନିର୍ଯାତନାର କାହାଣୀକୁ ନେଇ ଏହି ଲୋକପୂଜାର ପରମ୍ପରା ପ୍ରଚଳିତ । ନଣନ୍ଦ ତଅପୋଈ ପରିଶେଷରେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରି ଭାଇମାନଙ୍କ ସହ ପୁଣି ଘରକୁ ଫେରିବାରେ ସମର୍ଥ ହୋଇଛି ।