କ୍ରିଏଟିଭ ଏକ୍ସପ୍ରେସ ସଂସ୍ଥା ମୁଖ୍ୟଙ୍କ ଜାମିନ ଖାରଜ

Jul 24, 2018 - 20:15
 196
କ୍ରିଏଟିଭ ଏକ୍ସପ୍ରେସ ସଂସ୍ଥା ମୁଖ୍ୟଙ୍କ ଜାମିନ ଖାରଜ
କଟକ,୨୪ା୭(ସକାଳଖବର): କ୍ରିଏଟିଭ ଏକ୍ସପ୍ରେସ ଇଭେଣ୍ଟ ଆଣ୍ଡ ପ୍ରମୋଟର ପରିଚାଳନା ସହଯୋଗୀ ବିକାଶ ଭୂୟାଁଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଶୁଣାଣି କରି ଖାରଜ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ବିଭିନ୍ନ ନାମୀଦାମୀ କମ୍ପାନୀର ଜାଲ କାଗଜପତ୍ର ପ୍ରସ୍ତୁତ କରି ଅଭିଯୁକ୍ତ ବିକାଶ ଲୋକମାନଙ୍କୁ ନାନା ଲୋଭ ଦେଖାଇ ଏହି ସଂସ୍ଥାରେ ଅର୍ଥ ବିନିଯୋଗ କଲେ ଦୁଇଗୁଣା ସୁଧ ମିଳିବା ସହ ଭୁବନେଶ୍ୱରରେ ଜମି ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୃତି ଦେଇ କୋଟିକୋଟି ଟଙ୍କା ଆଦାୟ କରିଥିଲା ।