ସିଏମସି କମିସନରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ହାଇକୋର୍ଟ

Jul 24, 2018 - 20:17
 170
ସିଏମସି କମିସନରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ହାଇକୋର୍ଟ
କଟକ, ୨୪ା୭(ସକାଳଖବର): ହେଡ କ୍ୱାଟର ଛାଡି କଣ ପାଇଁ ଭୁବନେଶ୍ୱରରେ ରହୁଛ, ଏ ସଂପର୍କରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି କଟକ ମହାନଗର ନିଗମ(ସିଏମସି) କମିସନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ସିଏମସି କମିସନର ଓ ଅନ୍ୟ ଅଧିକାରୀ ଏଠାରେ ବସବାସ ନକରି ଭୁବନେଶ୍ୱରରେ ରହୁଛନ୍ତି କି ନାହି ସେ ନେଇ ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ଆସନ୍ତା ୨୬ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ପକ୍ଷରୁ ଧାର୍ଯ୍ୟ ହୋଇଛି ।