କୋରାପୁଟରେ ଭୂମିକମ୍ପ

Mar 3, 2023 - 05:39
 30
କୋରାପୁଟରେ ଭୂମିକମ୍ପ
ଭୁବନେଶ୍ୱର: ତୁର୍କୀରେ ସଙ୍ଗଠିତ ଭୂମିକମ୍ପ ପରେ ଏବେ ସମସ୍ତଙ୍କ ମନରେ ଭୟ । ତେବେ ଏହାରି ଭିତରେ ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାର କୋରାପୁଟରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳୁ ସକାଳୁ ଲୋକେ ନିଦରୁ ଉଠିନଥିବାବେଳେ ଭୂମିକମ୍ପ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । କୋରାପୁଟର ନାରାୟଣପାଟଣା ଓ ଲକ୍ଷ୍ମୀପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଛି । ସକାଳ ୫ଟା ୫ ମିନିଟରେ ଉପରୋକ୍ତ ଦୁଇଟି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ବୋଲି ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଜଗଦଲପୁର ଠାରୁ ୧୨୯ କିମି ଦୂରରେ ବୋଲି ସୂଚନା ମିଳିଛି ।