କୋଭିଡ୍‌ ଉତ୍ପତ୍ତି ସନ୍ଧାନର ଅନ୍ତିମ ସୁଯୋଗ; ତଥ୍ୟାବଳୀ ଯୋଗାଇବା ପାଇଁ ଚୀନ୍‌କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

Oct 14, 2021 - 05:54
 95
କୋଭିଡ୍‌ ଉତ୍ପତ୍ତି ସନ୍ଧାନର ଅନ୍ତିମ ସୁଯୋଗ; ତଥ୍ୟାବଳୀ ଯୋଗାଇବା ପାଇଁ ଚୀନ୍‌କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ଜିନିଭା: ବିପଜ୍ଜନକ ଅଣୁଜୀବ ସମ୍ବନ୍ଧୀୟ ନବଗଠିତ ଉପଦେଷ୍ଟା ମଣ୍ଡଳୀ ‘ସାର୍ସ-କୋଭ୍‌-୨ ଭୂତାଣୁ’ର ଉତ୍ପତ୍ତି ଚିହ୍ନଟ କରିବାରେ ଆମର ଅନ୍ତିମ ସୁଯୋଗ ହୋଇପାରେ ବୋଲି ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିବା ସହ ପ୍ରାରମ୍ଭିକ ସଂକ୍ରମଣ ମାମଲା ତଥ୍ୟାବଳୀ ଯୋଗାଇ ଦେବା ପାଇଁ ଚୀନ୍‌କୁ ଅନୁରୋଧ କରିଛି। ଏହି ଅଭିନବ ଭୂତାଣୁର ଉତ୍ପତ୍ତି ଉପରେ ଗବେଷଣା କରିବା ଲାଗି ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତା’ର ‘ସାଇଣ୍ଟିଫିକ୍‌ ଆଡ୍‌ଭାଇଜରି ଗ୍ରୁପ୍‌’ରେ ୨୬ଜଣଙ୍କ ନାମ ପ୍ରସ୍ତାବ ଦେଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଥିଆ ଫିସର୍‌, ହୁଙ୍ଗ୍‌ ଗୁୟେନ୍‌ ଏବଂ ଚୀନା ପ୍ରାଣୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ୟାଙ୍ଗ୍‌ ୟୁଙ୍ଗୁଇ। ୟୁଙ୍ଗୁଇ ଊହାନ୍‌ ମିଳିତ ତଦନ୍ତରେ ଅଂଶ ଗ୍ରହଣ କରିଥିଲେ। ୨୦୧୯ ଡିସେମ୍ବରରେ କେନ୍ଦ୍ରୀୟ ଚୀନ୍‌ର ଊହାନ୍‌ ସହରରେ ମାନବ ସଂକ୍ରମିତ କୋଭିଡ୍‌-୧୯ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। କିନ୍ତୁ, ତା’ର କୌଣସି ଗୋଟିଏ ପରୀକ୍ଷାଗାରରୁ ଏହି ଭୂତାଣୁ ଲିକ୍‌ ହୋଇଥିବା କଥାକୁ ଚୀନ୍‌ ବାରମ୍ବାର ଖଣ୍ଡନ କରିବା ସହ ଆଉ ଚୀନ୍‌ ଆସିବା ଅନାବଶ୍ୟକ ବୋଲି କହିଛି।