କୂଅରୁ ୨ ଭଉଣୀଙ୍କ ମୃତ ଦେହ ଉଦ୍ଧାର

Sep 29, 2018 - 12:14
 200
କୂଅରୁ ୨ ଭଉଣୀଙ୍କ ମୃତ ଦେହ ଉଦ୍ଧାର
ଗଜପତି ୨୯/୯ (ସକାଳଖବର):: ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମୋଦ ଆଚାରୀଙ୍କ ଦୁଇଝିଅ ୧୯ ବର୍ଷୀୟ ସ୍ୱପ୍ନା ଆଚାରୀ ଓ ୧୫ ବର୍ଷର କସ୍ତୁରୀ ଆଚାରୀଙ୍କ ମୃତଦେହକୁ ଶନିବାର ସକାଳୁ ଏକ କୂଅ ଭିତରୁ ଉଦ୍ଧାର କରାଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ କରାଯାଇଛି। ନିଜ ଘର ସାମ୍ନା କୂଅରେ ଦୁଇ ଭଉଣୀଙ୍କ ମୃତଦେହ ମିଳିବା ପରେ ସନ୍ଦେହ ଜାତ ହୋଇଛି। ଅଗ୍ନିଶମ ବିଭାଗ ଓ ପୁଲିସ କୂଅ ମଧ୍ୟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।