ଇଣ୍ଡୋନେସିଆରେ ସୁନାମୀ: ୩୮୪ ମୃତ

Sep 29, 2018 - 12:23
 227
ଇଣ୍ଡୋନେସିଆରେ ସୁନାମୀ: ୩୮୪ ମୃତ
ଜାକର୍ତ୍ତା୨୯/୯ (ସକାଳଖବର): ଇଣ୍ଡୋନେସିଆର ସୁଲୱାସୀ ଦ୍ୱୀପରେ ହୋଇଥିବା ଭୂକମ୍ପ ଓ ପରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ୩୮୪ରେ ପହଁଚିଛି । ଭୂକମ୍ପ ଓ ସୁନାମୀ ପ୍ରକୋପରେ ଧ୍ୱଂସ ସ୍ତୂପ ତଳେ ହଜାର ହଜାର ଲୋକ ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପାଲୁ ସହର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଇଛି। ପ୍ରଥମେ ଭୂକମ୍ପର ଝଟ୍‍କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ସ୍ଥଳ ପାଲୁ ସହରର ୭୮ କିଲୋମିଟର ଦୂରରେ ଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୫ ଥିଲା । ଏହାର କିଛି ଘଣ୍ଟା ପରେ ସୁଲେୱେସିରେ ଟି ସୁନାମୀ ଆସିଥିଲା। ୧.୫ ମିଟର ଉଚ୍ଚରେ ସମୁଦ୍ର ଲହଡ଼ି ଆସି ସହରରେ ପଶିଥିଲା। ଏଥିରେ କୋଠାବାଡ଼ି ଭୁଶୁଡ଼ି ପଡ଼ିବା ସହିତ ସମଗ୍ର ସହର ଧ୍ୱଂସସ୍ତୂପ ପାଲଟି ଯାଇଛି। ଶହ ଶହ ସଂଖ୍ୟାରେ ଲୋକେ ମୃତାହତ ହୋଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଆହତଙ୍କ ସୁଅ ଛୁଟିବାରେ ଲାଗିଛି। ସବୁ ଡାକ୍ତରଖାନା ଭର୍ତ୍ତି ହୋଇସାରିଥିବାରୁ ବାହାରେ ଖୋଲା ଆକାଶ ତଳେ ଆହତଙ୍କ ଚିକିତ୍ସା ଚାଲୁଛି। ସୁନାମୀ ଉତ୍ପତ୍ତି ସ୍ଥଳରୁ ୮୦ କିମି ପର୍ୟ୍ୟନ୍ତ ଏହାର ଝଟ୍‍କା ଅନୁଭୂତ ହୋଇଥିଲା। ସୁନାମୀ ଯୋଗୁଁ ୩,୫୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ୟ୍ୟରେ ସେନାବାହିନୀକୁ ନିୟୋଜିତ କରାଯାଇଛି।