କୁଆଖାଇରୁ ଚୋରା ବାଲି ଚାଲାଣ
କଟକ,୩୦ ।୫(ସକାଳଖବର): କୁଆଖାଇ ନଦୀରୁ ନିୟମିତ ଭାବେ ଚୋରାରେ ବାଲି ଚାଲାଣ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସମାଜସେବୀ ଅଚୁ୍ୟତାନନ୍ଦ ସ୍ୱାଇଁ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଏହି ମାମଲା ଦାୟର କରି ଦର୍ଶାଇଛନ୍ତି ଯେ ବାରଙ୍ଗ ତହସିଲ ଅନ୍ତର୍ଗତ କୁଆଖାଇ ନଦୀରୁ ପ୍ରତି ଦିନ ହଜାର ହଜାର ଟ୍ରିପ୍ ବାଲି ଚୋରାରେ ଚାଲାଣ କରାଯାଉଛି । ଦୈନିକ ଦୁଇ ଶହରୁ ଊଦ୍ଧ୍ୱର୍ ଟ୍ରାକ୍ଟର, ଟ୍ରକ, ଡମ୍ପରରେ ବେଆଇନ ଭାବେ ବାଲି ଚାଲାଣରେ କରାଯାଉଛି । ତ୍ରିଶୁଳିଆ, ମୁଣ୍ଡ ମୁହାଣ, ଗୋଠପୁର, ଜୟପୁର, ନୂଆସାହି ଅଞ୍ଚଳରୁ ଏପରି ବାଲି ଚାଲାଣ ଚାଲିଛି । ବେଆଇନ ଭାବେ ଜେସିବି ମେସିନ୍ ଦ୍ୱାରା ନଦୀ ପଠାରୁ ବାଲି ଉତ୍ତୋଳନ କରାଯାଉଛି । ଚେରା ବାଲି ପରିବହନ ସମୟରେ ଧୂଳି ଉଡି ବାୟୁ ପ୍ରଦୂଷିତ ହେଉଛି । ଏଥି ସହିତ ଡମ୍ପର, ଟ୍ରାର ଭଳି ଭାରି ଯାନ ଯାତାୟତ କରିବା ଫଳରେ ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି । ଏ ସଂପର୍କରେ ବାରଙ୍ଗ ତହସିଲଦାର ଓ ପୁଲିସ ଅବଗତ ଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଏହି ମାମଲାରେ ଆଇନ ବିଭାଗ ସଚିବ, ରାଜସ୍ୱ ବିଭାଗ ସଚିବ, କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ବାରଙ୍ଗ ତହସିଲଦାର, ଥାନା ଅଧିକାରୀ, କଟକ ସଦର ଉପ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି ।