ସରିଲା ମା’ ବୁଢି ଠାକୁରାଣୀଙ୍କ ଯାତ୍ରା, ୨୮ ଦିନ ରହଣି ପରେ ବାପ ଘରୁ ନେଲେ ବିଦାୟ

May 2, 2023 - 05:22
 26
ସରିଲା ମା’ ବୁଢି ଠାକୁରାଣୀଙ୍କ ଯାତ୍ରା, ୨୮ ଦିନ ରହଣି ପରେ ବାପ ଘରୁ ନେଲେ ବିଦାୟ
ସରିଲା ମା’ ବୁଢି ଠାକୁରାଣୀଙ୍କ ଯାତ୍ରା, ୨୮ ଦିନ ରହଣି ପରେ ବାପ ଘରୁ ନେଲେ ବିଦାୟ ବ୍ରହ୍ମପୁର ୦୨।୦୫ : ଶେଷ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ୨୮ ଦିନର ରହଣି ପରେ ବାପ ଘରୁ ବିଦାୟ ନେଇ ମାଆ ବୁଢୀ ଠାକୁରାଣୀ ଫେରିଲେ ଶାଶୁ ଘରକୁ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବୁଢୀ ଠାକୁରାଣୀ ବିଭିନ୍ନ ଅଞ୍ଚଳ ପରିକ୍ରମା ଜାରି ଶାଶୁ ଘରେ ପହଂଚିଥିଲେ । ତେବେ ବାପ ଘରୁ ବିଦାୟ ନେବା ବେଳେ ମାଆଙ୍କ ଉପରେ ପୁଷ୍ପ ବର୍ଷା ଜରିଥିଲେ ଶ୍ରଦ୍ଧାଳୁ । ମାଆ ବୁଢି ଠାକୁରାଣୀ ବିଶାଳ ପଟୁଆରରେ ଆସିଥିଲେ । ଘଣ୍ଟ ଘାଣ୍ଟୁଆଳି, ତୁରି, ବାଜା ବାଜଣାରେ ଫାଟି ପଡୁଥିଲା ପୁରା ପରିବେଶ । ଏପ୍ରେଲ ୪ ତାରିଖରୁ ମେ ୧ ତାରିଖରୁ ଦୀର୍ଘ ୨୮ ଦିନର ରହଣି ପରେ ବାପା ଘରେ ଝିଅ ଲୀଳାଖେଳା ସରାଇ ଶାଶୂ ଘରକୁ ଫେରିଛନ୍ତି ।