ଏହି ଖଟିଆର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

Sep 1, 2021 - 05:18
 107
ଏହି ଖଟିଆର ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡର ଏକ ୱେବସାଇଟରେ ଆନାବେଲେ ନାମକ ବ୍ରାଣ୍ଡ ପକ୍ଷରୁ ଖଟିଆ ବିକି୍ର କରାଯାଉଛି । ଏହାର ମୂଲ୍ୟ ହେଉଛି ୪୧,୨୯୭ ଟଙ୍କା । ଖଟିଆର ପ୍ରକୃତ ଦାମ ୬୧,୯୮୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତ୍ର ରିହାତି ପରେ ତାହାର ମୂଲ୍ୟ ହ୍ରାସ ପାଇଛି । ଭାରତରେ ଏକ ଖଟିଆର ମୂଲ୍ୟ ଅତିବେଶି । ୮୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଭିତରେ ରହିବ । ଏହି ଖଟିଆକୁ କମ୍ପାନୀ ‘ଭିଣ୍ଟେଜ ଇଣ୍ଡିଆନ ତେବେତ’ ନାମରେ ବିକି୍ର କରୁଛି । ତେବେ ତାର ଅର୍ଥ ହେଉଛି ଦିନ ବେଳା ଶୋଇବା ଲାଗି ବ୍ୟବହାର ହେଉଥିବା ଶେଷ । ଇଣ୍ଟରନେଟରେ ସାଧାରଣ ଜିନିଷ ଚଢ଼ା ଦାମରେ ବିକି୍ର ହେବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ଏକ ସପିଙ୍ଗ ବ୍ୟାଗ ଦେଢ଼ ଲକ୍ଷ ଟଙ୍କାରେ ବିକି୍ର ହୋଇଥିଲା । ଲକଜୁରି ବ୍ରାଣ୍ଡ ବାଲେନସିଆଗାର ଏହି ବ୍ୟାଗ ଦାମକୁ ନେଇ ଇଣ୍ଟରନେଟ ଜଗତରେ ସକି୍ରୟ ଥିବା ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।