ଏଣିକି କାରର ପଛସିଟରେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ

Sep 7, 2022 - 05:43
 47
ଏଣିକି କାରର ପଛସିଟରେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଏଣିକି ସମସ୍ତ କାରର ପଛସିଟରେ ବସି ଯାତ୍ରା କରୁଥିବା ଲୋକମାନେ ସିଟବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ହୋଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଖୁବ୍‍ଶୀଘ୍ର ଏ ସମ୍ପର୍କିତ ଆଦେଶ ଜାରି କରାଯିବ ବୋଲି ସେ କହିଛନ୍ତି । ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍‍ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ସରକାର ପଛସିଟ୍‍ରେ ବସି ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ପାଇଁ ଏଭଳି ବଡ ନିଷ୍ପତ୍ତି ନେଇଥିବା ନିତିନ କହିଛନ୍ତି । ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ସାଇରସ୍‍ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପରେ ବିଶାରଦ ଓ ସମାଲୋକମାନେ ଦେଶର ପରିବହନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ତ୍ରୁଟି ରହିଥିବା ସମ୍ପର୍କରେ ଅଙ୍ଗୁଳି ନିର୍ଦେଶ କରିଛନ୍ତି । ସୂଚନାଯୋଗ୍ୟ ଯେ ସାଇରସ୍‍ ମିସ୍ତ୍ରୀ ଯାତ୍ରା କରୁଥିବା କାରର ପଛସିଟରେ ବସିଥିବାବେଳେ ଦୁର୍ଘଟଣା ପରେ ଏୟାର ବ୍ୟାଗ୍‍ ଖୋଲିନଥିଲା । ଫଳରେ ମିସ୍ତ୍ରୀଙ୍କ ସହିତ ପଛସିଟ୍‍ରେ ବସିଥିବା ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।