ଏକଛତ୍ରବାଦୀ ରାଜନୀତି ଦେଶ ପାଇଁ ଗ୍ରହଣୀୟ ନୁହେଁ- ସୁରେନ୍ଦ୍ର ନାୟକ

Dec 12, 2018 - 18:43
 196
ଭୁବନେଶ୍ୱର, ୧୨/୧୨(ସକାଳଖବର): ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ସଚେତନ ଜନସାଧାରଣ ସାମ୍ପ୍ରଦାୟିକତା ଓ ଏକଛତ୍ରବାଦୀ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଭାରତବର୍ଷର ଗଣତନ୍ତ୍ର ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ସତ୍ୟ, ଅହିଂସା, ସହନଶୀଳତା, ସର୍ବଧର୍ମ ସମନ୍ୱୟ ଆଦି ଉପରେ ପ୍ରତିଷ୍ଠିତ ହୋଇଥିବାବେଳେ ଗାନ୍ଧୀବାଦକୁ କବର ଦେଇ ଉଗ୍ର ସାମ୍ପ୍ରଦାୟିକତା ବିଷ ଆଧାରରେ କ୍ଷମତା ଉପଭୋଗ ଲାଗି ଯେଉଁ ଘୃଣ୍ୟ ଉଦ୍ୟମ ଚାଲିଛି ତାହାକୁ ଦେଶବାସୀ ଅଧିକ ଦିନ ବରଦାସ୍ତ କରିବେ ନାହିଁ ବୋଲି ଏହି ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଏକ ବିବୃତିରେ କହିଛନ୍ତି । ଗର୍ବ, ଅହଂକାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ସାମ୍ପ୍ରଦାୟିକତାରୁ ସମସ୍ତ ରାଜନୈତିକ ଦଳ ଦୂରରେ ରହି ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସହିତ ଦରିଦ୍ରତମ ଲୋକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ ଭାବେ କାମ ନକଲେ ଜନସାଧାରଣ ଯେକୌଣସି ଦଳକୁ ବି ପ୍ରତ୍ୟାଖ୍ୟାନ କରିବାକୁ ପଛେଇବେ ନାହିଁ ବୋଲି ଏହି ନିର୍ବାଚନୀ ଫଳାଫଳ ସ୍ପଷ୍ଟ ସଂକେତ ଦେଉଥିବା ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳ ଓ ନେତାମାନେ ଏଥିରୁ ଶିକ୍ଷାଲାଭ କରନ୍ତୁ ବୋଲି ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି ।