ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର, ୩୦/୮ (ସକାଳଖବର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୮ଟି ଜିଲ୍ଲାର ୯ଟି ବ୍ଲକ୍ ଅନ୍ତର୍ଗତ ୧୬୬ଟି ପଂଚାୟତ ପାଇଁ ୩୭ କୋଟି ଟଙ୍କାରେ ୧୪୭୩ ଟି ପ୍ରକଳ୍ପ ମଂଜୁର କରିଛନ୍ତି ।
ବରଗଡ ଜିଲ୍ଲା ଭଟଲୀ ବ୍ଲକ୍ ର ୧୫ଟି ପଂଚାୟତ ପାଇଁ ୨.୫୮୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଥିବା ବେଳେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ର ୧୩ଟି ପଂଚାୟତ ପାଇଁ ୨.୪୪ କୋଟି ଟଙ୍କାରେ ୧୧୯ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ସେହିପରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ୍ର ୧୫ଟି ପଂଚାୟତ ପାଇଁ ୩.୫୪୭୫ କୋଟି ଟଙ୍କାରେ ୧୪୪ଟି ପ୍ରକଳ୍ପ , କଟକ ଜିଲ୍ଲା ସାଲେପୁର ବ୍ଲକ୍ ର ୩୫ଟି ପଂଚାୟତ ପାଇଁ ୮.୭୬୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ , ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ର ୨୧ଟି ପଂଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୩୬ଟି ପ୍ରକଳ୍ପ , କଳାହାଣ୍ଡି ଜିଲ୍ଲା ନର୍ଲାର ୨୬ଟି ପଂଚାୟତ ପାଇଁ ୪.୬୦ କୋଟି ଟଙ୍କାରେ ୨୧୧ଟି ପ୍ରକଳ୍ପ , କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍ ର ୧୪ଟି ପଂଚାୟତ ପାଇଁ ୩.୦୧ କୋଟି ଟଙ୍କାରେ ୮୪ଟି ପ୍ରକଳ୍ପ , ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ର ୧୭ଟି ପଂଚାୟତ ପାଇଁ ୪.୨୦ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ ଏବଂ ଜାମଦା ବ୍ଲକ୍ ର ୧୦ଟି ପଂଚାୟତ ପାଇଁ ୨.୨୪ କୋଟି ଟଙ୍କାରେ ୮୧ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୮୪ଟି ବ୍ଲକ୍ ର ୪,୦୫୪ଟି ଗ୍ରାମ ପଂଚୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୩୭,୩୩୧ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୯୧୯ କୋଟି ଟଙ୍କା ମଂଜୁର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ , ବିଧାୟକ , ମୁଖ୍ୟ ଶାସନ ସଚିବ , ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ , ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।