ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

Jan 10, 2022 - 14:21
 50
ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ
ମାଲକାନଗିରି ୧୦।୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ମିଳିଲା ବଡ଼ ସଫଳତା । ବିଜାପୁର ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପାଣ୍ଡୁ ରାମ ସାଭଲାମ ନାମକ ଏହି ମାଓବାଦୀଙ୍କ ମୁଣ୍ଡ ଉପରେ ସରକାର ପୂର୍ବରୁ ୩ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ବେଳେ ପାଣ୍ଡୁ ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିବା ଜଣାପଡିଛି । ବିଶେଷ କରି ସୁରକ୍ଷା କର୍ମୀଙ୍କ ଉପରେ ଗୁଳିଚାଳନା, ଆଇଇଡି ବିସ୍ଫୋରଣ, ଅସ୍ତ୍ରାଗାର ଲୁଟ ଭଳି ଅନେକ ହିଂସାକାଣ୍ଡରେ ସେ ସାମିଲ ରହିଛନ୍ତି । କିନ୍ତୁ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଥିବା ବେଳେ ପାଣ୍ଡୁଙ୍କ ନାମରେ ପୂର୍ବରୁ ରହିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିନିଆଯିବା ସହ ସରକାରଙ୍କ ସମସ୍ତ ସୁବିଧା ପାଣ୍ଡୁଙ୍କୁ ଯୋଗାଇ ଦିଆଯିବ ବୋଲି ବିଜାପୁର ଏସପି କମଳ ଲୋଚନ କାଶ୍ୟପ କହିଛନ୍ତି ।