ଅନୁଗୋଳ ପୋଲିସର ଏନକାଉଣ୍ଟର

Nov 19, 2018 - 17:51
 171
ଅନୁଗୋଳ ପୋଲିସର ଏନକାଉଣ୍ଟର
ଅନୁଗୋଳ, ୧୯/୧୧ (ସକାଳଖବର): ଅନୁଗୋଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋର, ଡ଼କାୟତ, ଖଣ୍ଟ ଲୁଟେରାଙ୍କ ଉପôାତ ଦିନକୁ ଦିନ ବଢ଼ିଚାଲିଛି । ଯଦ୍ୱାରା ପୋଲିସ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ । ତେଣୁ ପୋଲିସ ଚ୍ୟାଲେଞ୍ଜ ଦେଇ ଆରମ୍ଭ କରିଦେଇଛି ଏନକାଉଣ୍ଟର ପ୍ରକ୍ରିୟା । ଗତ ବିଳମ୍ବିତ ରାତି ପ୍ରାୟ ୧ଟାବେଳେ ପୋଲିସ ଓ ଅପରାଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ପୋଲିସ ନିଜର ତାକତ ଦେଖାଇ ଚଳାଇଥିଲା ଲକ୍ଷ ଭେଦ ଗୁଳି । ଗୁଳି ମାଡ଼ରେ ଦୁର୍ଦ୍ଧାନ୍ତ ଅପରାଧି ବିଲୁ ଖାଁ ବାମ ଗୋଡ଼ ଜଖମ ହୋଇପଡ଼ିଲା । ଯେଉଁ ଗୁଳି ମାରି ନିଜେ ଲୁଟପାଟ କରୁଥିଲା ସେହି ଗୁଳି ଆଜି ତା ବାମ ଗୋଡ଼ରେ ବାଜିଛି । ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଯୋଗୁଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରୁ ୨ ଅପରାଧି ଫେରାର ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଅନୁଗୋଳର ଡେ଼ରେଜାଙ୍ଗ ଡ଼୍ୟାମ ନିକଟରେ କିଛି ଅପରାଧି ଥିବା ନେଇ ରାତ୍ରୀ ପେଟ୍ରୋଲିଂ କରୁଥିବା ପୋଲିସ ସ୍ପେଶାଲ ସ୍କାଡର଼୍କୁ ଖବର ମିଳିଥିଲା । ଖବର ପାଇ ପୋଲିସ ଟିମ ଡେ଼ରେଜାଙ୍ଗ ଡ଼୍ୟାମ ନିକଟରେ ପହଞ୍ଚିଲା ପରେ ଦୁବୃର୍ତ୍ତମାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ଯଦ୍ୱାରା ପୋଲିସ ଓ ଅପରାଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ ଏହି ସୁଯୋଗକୁ ହାତଛଡ଼ା ନକରି ଆରମ୍ଭ କରିଥିଲା ଗୁଳିଚାଳନା । ଆଉ ପୋଲିସ ଗୁଳିରେ ଆହତ ହେଲା ଦୁର୍ଦ୍ଧାନ୍ତ ଅପରାଧି ବିଲୁ ଖାଁ । ବିଲୁ ଖାଁର ବାମ ଗୋଡ଼ରେ ଗୁଳି ବାଜି ଗୁରୁତର ଆହତ ହୋଇପଡ଼ିଲା । ତେବେ ଆଉ ଦୁଇ ଜଣ ଦୁବୃର୍ତ୍ତ ସେଠାରୁ ଫେରାର ହୋଇଗଲେ । ଗୁରୁତର ବିଲୁ କୁ ପୋଲିସ ଚିକିତ୍ସା ନିମନ୍ତେ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଅବସ୍ଥା ଗୁରୁତର ଯୋଗୁଁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଯେ ଦୁର୍ଦ୍ଧାନ୍ତ ଅପରାଧି ବିଲୁ ଖାଁ ନାମରେ ଅନୁଗୋଳ, ନାଲକୋ, ତାଳଚେର ଆଦି ଥାନାରେ ୧୨ରୁ ଉଦ୍ଧ୍ୱର୍ ଅପରାଧିକ ମାମଲା ରହିଛି । ଏଥି ସହ ଗତ କିଛି ଦିନ ପୂର୍ବରୁ ବନ୍ତଳା ରାସ୍ତାର ଶରଧାପୁର ପେଟ୍ରୋଲ ପମ୍ପ ଲୁଟପାଟ ଘଟଣା ଓ ବଳରାମପ୍ରସାଦ ରାସ୍ତା ନିକଟରେ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ମଧ୍ୟ ବ୍ଲାଙ୍କ ଫାୟାର କରି ଲୁଟପାଟ କରିଥିବା ଘଟଣାରେ ବିଲୁ ଖାଁ ସଂପୃକ୍ତ ଥିବା ମଧ୍ୟ କୁହାଯାଉଛି ।