ଅନନ୍ତ ବାସୁଦେବ ମନ୍ଦିର ରୋଷଘରେ ଅଗ୍ନିକାଣ୍ଡ

Aug 10, 2018 - 17:03
 153
ଅନନ୍ତ ବାସୁଦେବ ମନ୍ଦିର ରୋଷଘରେ ଅଗ୍ନିକାଣ୍ଡ
ଭୁବନେଶ୍ୱର, ୧୦/୮ (ସକାଳଖବର):ଭୁବନେଶ୍ୱର ସ୍ଥିତ ଅନନ୍ତ ବାସୁଦେବ ମନ୍ଦିର ରୋଷଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୬ଟି ରୋଷ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଖବର ପାଇ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ପ୍ରାୟ ୩ ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ କରବାରେ ସକ୍ଷମ ହୋଇଥିଲେ । ଅନପକ୍ଷରେ ରୋଷଘରର ପୁନଃନିର୍ମାଣ ଖର୍ଚ୍ଚ ବାବଦକୁ ସଂସ୍କୃତି ବିଭାଗ ୩ଲକ୍ଷ ଟଙ୍କା ପ୍ରଦାନ କରିଥିବା ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଅନନ୍ତବାସୁଦେବ ମନ୍ଦିରର ରୋଷଘରୁ ଗୁରୁବାର ବିଳମ୍ବିତ ରାତିରେ ଧୁଆଁ ଉଠୁଥିବାର ଦେଖି କେହିଜଣେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରୋଷଘର ଛଣରେ ନିର୍ମିତ ହୋଇଥିବାରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅପରପକ୍ଷରେ ରୋଷଘରେ ନିଆଁ ଲାଗିବା ଯୋଗୁଁ ଠାକୁରଙ୍କ ପାଇଁ କେବଳ କୋଠ ଭୋଗ ତିଆରି ହୋଇଥିଲା ।