ରାଜ୍ୟର ୧୮ ଖଣି ହେବ ନିଲାମ

Aug 10, 2018 - 16:48
 173
ରାଜ୍ୟର ୧୮ ଖଣି ହେବ ନିଲାମ
ଭୁବନେଶ୍ୱର, ୧୦/୮ (ସକାଳଖବର): ଚଳିତ ବର୍ଷ ରାଜ୍ୟର ୧୭ରୁ ୧୮ଟି ଖଣିର ନିଲାମ ହେବ । ଓଡିଶାର ଡିଏମଏଫ୍ ପାଣ୍ଠିରେ ୫ହଜାରରୁ ଉଦ୍ଧ୍ୱର୍ କୋଟି ଟଙ୍କା ଜମା ରହିଛି ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଖଣି ସଚିବ ଅନୀଲ ଜି ମୁକିମ୍ ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ସଚିବାଳୟ ଠାରେ ଶ୍ରୀ ମୁକିମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଖଣିର ଉତୋଳନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବୈଠକ ପରେ ଶ୍ରୀ ମୁକିମ୍ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଓଡିଶା ଖଣିର ରାଜଧାନୀ । ସବୁ ପ୍ରକାର ଖଣି ଏଠାରେ ରହିଛି । ଡିଏମଏଫ୍ ଅର୍ଥ ବିନିଯୋଗ ପାଇଁ ନୂଆ ନୂଆ ପ୍ରସ୍ତାବ ରଖାଯାଇଛି । ନାଲକୋ ପ୍ରଥମ ତ୍ରୟୋମାସରେ ୬୦୦ କୋଟି ଟଙ୍କା ଲାଭ କରିଛି । ଓଡିଶାର ଖଣି ଉତୋଳନ ବୃଦ୍ଧି ପାଇବାକୁ ସେ ପ୍ରଶଂସା କରିଥିଲେ ।